ମୁକ୍ତହେଲେ ବନ୍ଧକ ୧୨ ସମିତି ସଭ୍ୟ

ମୁକ୍ତହେଲେ ବନ୍ଧକ ୧୨ ସମିତି ସଭ୍ୟ

ମୁକ୍ତହେଲେ ବନ୍ଧକ ୧୨ ସମିତି ସଭ୍ୟ

ବାଲୁଗାଁ: ବନ୍ଧକ ଥିଲେ ସମିତି ସଭ୍ୟ। ମୁକ୍ତ କରିବାକୁ ବାଲ୍‌କୋନିରୁ କରିଥିଲେ ଅକୁଳ ନିବେଦନ। ଇତି ମଧ୍ୟରେ  ବନ୍ଧକ ଥିବା ୧୨ ସମିତିସଭ୍ୟ ମୁକ୍ତ ହୋଇଛନ୍ତି। ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସେମାନଙ୍କୁ ମୁକ୍ତ କରାଯାଇଛି । ବାଲକୋନିରୁ ଉଦ୍ଧାର ପାଇଁ ଆକୁଳ ନିବେଦନ ପରେ ସେମାନେ ମୁକ୍ତ ହୋଇଛନ୍ତି । ବାଲୁଗାଁ ବରକୂଳ ପାନ୍ଥ ନିବାସ ତାଲା ଖୋଲି ମୁକ୍ତ କରିଛି ପୋଲିସ୍ । 


ମୁକ୍ତ କଲା ପରେ କଡା ସୁରକ୍ଷାରେ ୧୨ ସଭ୍ୟଙ୍କୁ ପୋଲିସ୍ ଛତ୍ରପୁର ନେଉଥିବା ସୂଚନା ମିଳିଛି । ପୋଲିସ୍ ଉପରେ ଲାଗିଥିବା ଅଭିଯୋଗକୁ ଛତ୍ରପୁର ଏସଡିପିଓ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, କାହାକୁ ଡିଟେନ କରାଯାଇନି, ସୁରକ୍ଷା ପାଇଁ ଯାଇଥିଲୁ ଓ ମୋବାଇଲ ଛଡାଇ ନେବା ଅଭିଯୋଗରେ ଯାଞ୍ଚ କରୁଛୁ ।  ସୂଚନା ଅନୁସାରେ ଛତ୍ରପୁରରେ ରାଜନୈତିକ ଛକାପଞ୍ଝା କମିବାର ନାଁ ଧରୁନି । ୧୨ ଜଣ ସମିତି ସଭ୍ୟଙ୍କୁ ତାଲା ପକାଇ ଦିଆଯାଇଥିଲା ।

ଛତ୍ରପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପାଇଁ ପୂର୍ବରୁ ଏମିତି ଛକାପଞ୍ଝା ଦେଖିବାକୁ ମିଳିଥିଲା   । ସେତେବେଳେ କିଛି ସମିତି ସଭ୍ୟଙ୍କୁ କୋଭିଡ଼ ଆଳ ଦେଖାଇ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ବାତିଲ କରାଯାଇଥିବାବେଳେ ଏବେ ଅଟକ ରଖାଯାଇଥିଲା ।

ସେମାନଙ୍କୁ ବାହାରୁ ତାଲା ପକାଇ ଦିଆଯାଇଥିଲା । ସେମାନଙ୍କୁ ତୁରନ୍ତ ଉଦ୍ଧାର କରାନଗଲେ ସେମାନେ ଆତ୍ମହତ୍ୟା କରିବେ ବୋଲି ମଧ୍ୟ ଧମକ ଦେଇଥିଲେ । ପୁଲିସ ସେମାନଙ୍କୁ ତାଲା ପକାଇ ରଖିଥିବା କୁହାଯାଉଥିଲା  ।