ରିଲିଜ ହେଲା ‘ଡ୍ରିମ୍ ଗାର୍ଲ ୨’ର ଟିଜର, ‘ପଠାନ’ ମୁଭି ସହିତ ‘ଡ଼୍ରିମ ଗାର୍ଲ ୨’ର କନେକସନ
ରିଲିଜ ହେଲା ‘ଡ୍ରିମ୍ ଗାର୍ଲ ୨’ର ଟିଜର, ‘ପଠାନ’ ମୁଭି ସହିତ ‘ଡ଼୍ରିମ ଗାର୍ଲ ୨’ର କନେକସନ
ମୁମ୍ବାଇ: ଫିଲ୍ମ ‘ଡ଼୍ରିମ ଗାର୍ଲ’ର ସଫଳତା ପରେ ପରଦାକୁ ଅପେକ୍ଷା ଥିଲା ‘ଡ଼୍ରିମ ଗାର୍ଲ ୨’ । ‘ଡ଼୍ରିମ ଗାର୍ଲ’ ରେ ‘ପୂଜା’ ହୋଇ ସମସ୍ତଙ୍କୁ ଦିୱାନା କରୁଥିବା ଆୟୁଷ୍ମାନ ଖୁରାନା ପୁଣି ସମସ୍ତଙ୍କୁ ନିଜ ଜାଲରେ ଫସାଇବାକୁ ଆସୁଛନ୍ତି । ଆୟୁଷ୍ମାନଙ୍କ ଅଭିନୀତ ଡ଼୍ରିମ ଗାର୍ଲ ୨ ଶୀଘ୍ର ପ୍ରତି ସିନେମା ଘରେ ରିଲିଜ ହେବାକୁ ଯାଉଛି । ଫିଲ୍ମଟିର ଟିଜର ରିଲିଜ ହୋଇସାରିଛି । ଯାହା ଦର୍ଶକଙ୍କୁ ମଧ୍ୟ ଖୁବ୍ ପସନ୍ଦ ଆସିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ଏହି ଫିଲ୍ମର କନେକସନ ‘ପଠାନ’ ମୁଭି ସହିତ ରହିଛି । ଟିଜର ସହ ଫିଲ୍ମର ରିଲିଜର ଡେ଼ଟ୍ ମଧ୍ୟ ଘୋଷଣା ହୋଇଛି । ଡ଼୍ରିମ ଗାର୍ଲ ୨ ଟିଜରରେ ଆୟୁଷ୍ମାନ ଖୁରାନା କି ଅନ୍ୟ କୌଣସି ଆକ୍ଟରଙ୍କର ଚେହେରା ନ ଦେଖେଇଲେ ମଧ୍ୟ ଯାହା ଝଲକରୁ ନଜର ଆସୁଛି ପୂଜା ରୂପରେ ଆୟୁଷ୍ମାନଙ୍କର ହିଁ ଏଣ୍ଟ୍ରି ହେଉଛି । କିନ୍ତୁ ଷ୍ଟୋରିରେ ପୂଜା କଲ୍ ସେଣ୍ଟରରେ କାମ କରିବା ଛାଡ଼ିଦେଇଛନ୍ତି । ସେ ଏବେ ଲେହଙ୍ଗା ଚୋଲି ପିନ୍ଧିକି ବେଡ଼ ଉପରେ ବସିକି ପଠାନ ସହିତ ଫୋନରେ କଥା ହେଉଛନ୍ତି ।
ଫୋନରେ ପଠାନ ଓ ପୂଜାର ବାର୍ତ୍ତାଳାପ
ଟିଜରରେ ନଜର ଆସିଛି ପୂଜାର ଫୋନ ରିଙ୍ଗ ହେଉଛି । ଫୋନ ଉଠାଇକି ପୂଜା କହୁଛନ୍ତି ‘ହେଲୋ, ମୁଁ ପୂଜା କହୁଛି । ଉତ୍ତରରେ ପଠାନ ବା ଶାହରୁଖ ନିଜ ଆୱାଜ ରେ କହୁଛନ୍ତି ସେ ପଠାନ । ସେତିକିବେଳେ ପୂଜା କହୁଛନ୍ତି କି କେମିତି ଅଛ ମୋ ପଠାନ? ସେତିକିବେଳେ ପଠାନ ପୂଜାକୁ ଭାଲେଣ୍ଟାଇନ ଡେ଼’ର ୱିଶ କରି କହୁଛନ୍ତି ହାପି ଭାଲେଣ୍ଟାଇନ ଡେ଼’ ।
ଡ୍ରିମ୍ ଗାର୍ଲ ୨ରେ ନଜର ଆସିବେ ଏହି କଳାକାର
ଏହି ମସ୍ତି ଭରା ଗପସପ ଭିତରେ ଡ୍ରିମ ଗାର୍ଲ ୨ର ରିଲିଜ ଡେଟ ଘୋଷଣା କରାଯାଉଛି । ସେତିକିବେଳେ ପଠାନ କହୁଛନ୍ତି କି ଖୁବଶୀଘ୍ର ତାଙ୍କ ଫିଲ୍ମ ଜୱାନ ମଧ୍ୟ ରିଲିଜ ହେବ । ଏବଂ ପୂଜା କହୁଛନ୍ତି କି ମୋ ଜୱାନୀ ‘ଡ୍ରିମ ଗାର୍ଲ ୨’ ୭ ଜୁଲାଇ ୨୦୨୩ରେ ରିଲିଜ ହେବ । ଏହି ଫିଲ୍ମରେ ଆୟୁଷ୍ମାନ ଖୁରାନାଙ୍କ ସହ ଅନନ୍ୟା ପାଣ୍ଡେ, ପରେଶ ରାୱଲ, ରାଜପାଲ ୟାଦବ, ବିଜୟ ରାଜ, ସୀମା ପହବା, ମଂଜୋତ ସିଂ, ମନୋଜ ଜୋଶୀ ଓ ଅଭିଷେକ ବାନାର୍ଜି ମଧ୍ୟ ନଜର ଆସିବେ ।




admin 