ରିମାଣ୍ଡରେ ଆସିବେ ଡି’ବ୍ରଦର୍ସ

ରିମାଣ୍ଡରେ ଆସିବେ ଡି’ବ୍ରଦର୍ସ

ରିମାଣ୍ଡରେ ଆସିବେ ଡି’ବ୍ରଦର୍ସ
କଟକ: ଧଳସାମନ୍ତ ଭାଇଙ୍କୁ ରିମାଣ୍ଡରେ ଆଣିବ କମିସନରେଟ ପୁଲିସ । ଗତ ୧୦ ତାରିଖରେ ପୁଲିସ ଧଳସାମନ୍ତଙ୍କ ସିଡିଏସ୍ଥିତ ଘରୁ ବିପୁଳ ପରିମାଣରେ ବନ୍ଧୁକ, ମାଗାଜିନ ଓ ଗୁଳି ଜବତ କରିଥିଲା । ଏହି ଘଟଣାରେ ଯୁବ ପିଢ଼ିକୁ ଅପରାଧିକ ସାମ୍ରାଜ୍ୟରେ ସାମିଲ କରିବା ଗ୍ୟାଙ୍ଗର ଲକ୍ଷ୍ୟ ବୋଲି ଜଣାପଡ଼ିଥିଲା । ଏହା ସହିତ ବିହାରରୁ ବନ୍ଧୁକ ଆଣି ଲୋକଙ୍କୁ ଯୋଗାଉଥିବା ବି ଜଣାପଡ଼ିଥିଲା । ଏ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବା ପାଇଁ ପୁଲିସ ଏହି ଦୁଇ ଜଣଙ୍କୁ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରିବାକୁ ଚାହୁଁଥିବା ପୁଲିସ କମିସନର ପୂର୍ବରୁ ସୂଚନା ଦେଇଥିଲେ । ରିମାଣ୍ଡରେ ଆଣିବା ପାଇଁ କମିସନରେଟ ପୁଲିସ କୋର୍ଟଙ୍କୁ ଅନୁରୋଧ କରିଛନ୍ତି । ସୂଚନା ଯୋଗ୍ୟ ଗତ ୧୦ ତାରିଖରେ ଚୌଦ୍ୱାର ବିରୂପା ବି୍ରଜ ନିକଟରେ ବନ୍ଧୁକ କାରବାର ହେଉଥିବା ଖବର ଚୌଦ୍ୱାର ଥାନା ଆଇଆଇସି ବିରଞ୍ଚି ନାରାୟଣ ପତିଙ୍କ ନେତୃତ୍ୱରେ ପୁଲିସ ଟିମ ସେଠାରେ ଚଢ଼ଉ କରି ଜଣକୁ ଧରିଥିଲେ । ଘଟଣାସ୍ଥଳରୁ ବାବୁଆକୁ ପୁଲିସ ମାଡ଼ି ବସିଥିଲା ବେଳେ ଅନ୍ୟତମ ସହଯୋଗୀ ପିଙ୍କୁ ଓରଫ ସଞ୍ଜୟ ପଣ୍ଡା ସେଠାରୁ ଫେରାର ହୋଇଯାଇଥିଲେ । ବାବୁଆ ନିକଟରୁ ଦୁଇଟି ୯ ଏମଏମ ପିସ୍ତଲ ସହ ୫ ରାଉଣ୍ଡ ଗୁଳି ଜବତ କରାଯାଇଥିଲା । ଜେରା ବେଳେ ସେ ବୁଦ୍ଧିଆକୁ ଉକ୍ତ ବନ୍ଧୁକ ବିକି୍ର କରିବାକୁ ସେଠାକୁ ଆସିଥିବା ସୂଚନା ଦେଇଥିଲେ । ତେଣୁ ତାକୁ ଧରିବା ପାଇଁ ପୁଲିସ ନିଦେ୍ର୍ଧଶ ମୁତାକବକ ବୁଦ୍ଧିଆକୁ ବ୍ୟାରେଜ ନିକଟକୁ ବାବୁଆ ଡକାଇଥିଲା । ବୁଦ୍ଧିଆ ସେଠାରେ ପହଞ୍ଚିବା ପରେ ପୁଲିସ ତାକୁ ମଧ୍ୟ ମାଡି ବସିଥିଲା । ଉଭୟଙ୍କୁ ଜେରା କରିବା ପରେ ଗତ ୫ ବର୍ଷ ଧରି ସୁଶାନ୍ତ ଓ ସୁନୀଲ ଧଳସାମନ୍ତଙ୍କ ନିଦେ୍ର୍ଧଶ ଅନୁସାରେ ବାବୁଆ ତାକୁ ବନ୍ଧୁକ ଯୋଗାଇ ଆସୁଥିବା ବୁଦ୍ଧିଆ ପୁଲିସ ଆଗରେ ମାନିଥିଲା । ପୁଲିସ ପକ୍ଷରୁ ଏକ ଦଳ ଗଠନ କରାଯାଇ ସମୀର, ଶିବ, ରିଙ୍କୁ, ସାଗର, ପପୁ ଓ ଛଗ ନିକଟରୁ ୬ଟି ଦେଶୀ ବନ୍ଧୁକ ଓ ୩୦ ରାଉଣ୍ଡ ଗୁଳି ଜବତ କରିବା ସହ ସେମାନଙ୍କୁ ଗିରଫ କରିଥିଲା ।