ରାହୁଲଙ୍କୁ ଶାହଙ୍କ କଡ଼ା ସମାଲୋଚନା, ଆଇନ ବୁଝିପାରୁନଥିଲେ ଇଟାଲି ଅନୁବାଦ କରି ବୁଝାଇଦେବୁ

ରାହୁଲଙ୍କୁ ଶାହଙ୍କ କଡ଼ା ସମାଲୋଚନା, ଆଇନ ବୁଝିପାରୁନଥିଲେ ଇଟାଲି ଅନୁବାଦ କରି ବୁଝାଇଦେବୁ

ରାହୁଲଙ୍କୁ ଶାହଙ୍କ କଡ଼ା ସମାଲୋଚନା, ଆଇନ ବୁଝିପାରୁନଥିଲେ ଇଟାଲି ଅନୁବାଦ କରି ବୁଝାଇଦେବୁ
ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ସିଏଏ ପ୍ରସଙ୍ଗରେ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଶାହ କହିଛନ୍ତି, ଯେତେ ଆନ୍ଦୋଳନ ହେଲେ ବି ବିଜେପି ନାଗରିକତା ଆଇନ ପ୍ରସଙ୍ଗରେ ଗୋଟିଏ ଇଞ୍ଚ ମଧ୍ୟ ପଛକୁ ହଟିବ ନାହିଁ । ସିଏଏ ସମର୍ଥନରେ ଶାହ ଶୁକ୍ରବାର ରାଜସ୍ଥାନର ଯୋଧପୁରରେ ଏକ ର‌୍ୟାଲିରେ ଉଦବୋଧନ ଦେଇ କହିଛନ୍ତି, ଯଦି ସବୁ ଦଳ ଏକାଠି ହୁଅନ୍ତି ତେବେ ମଧ୍ୟ ବିଜେପି ସିଏଏ ପ୍ରସଙ୍ଗରେ ଇଞ୍ଚେ ପଛକୁ ହଟିବ ନାହିଁ । ଯେତେ ମିଛ ଖବର ପ୍ରଚାର କଲେ ବି ଆମେ ହତୋତ୍ସାହ ହେବୁ ନାହିଁ ବୋଲି ସେ କହିଛନ୍ତି । ଏଥିସହ ଶାହ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଶାହ କହିଛନ୍ତି, \"ଯଦି ଆପଣ ଆଇନକୁ ପଢ଼଼ିଛନ୍ତି ତେବେ ଏ ସଂକ୍ରାନ୍ତରେ ବିତର୍କ ପାଇଁ ଆସନ୍ତୁ । କିନ୍ତୁ ଯଦି ଆଇନ ପଢ଼଼ିନାହାନ୍ତି ତେବେ ମୁଁ ଇଟାଲି ଅନୁବାଦ କରି ଏହି ଆଇନକୁ ବୁଝାଇଦେବି । ଶାହ କଂଗ୍ରେସକୁ କଡ଼ା ସମାଲୋଚନା କରି କହିଛନ୍ତି, କଂଗ୍ରେସ ଭୋଟ୍ ବ୍ୟାଙ୍କ୍ ରାଜନୀତି ପାଇଁ ଜଣେ ମହାନ୍ ବ୍ୟକ୍ତିତ୍ୱ ବୀର ସବରକରଙ୍କ ବିରୋଧରେ କହୁଛି । କଂଗ୍ରେସ ଏଥିପାଇଁ ଲଜ୍ଜା ଅନୁଭବ କରିବା ଉଚିତ । ଅନ୍ୟପକ୍ଷେ ଲୋକମାନଙ୍କୁ ସିଏଏ ପ୍ରସଙ୍ଗରେ ବୁଝାଇ ଶାହ କହିଛନ୍ତି, ସିଏଏ ଆଇନ ବଳରେ ନାଗରିତକା ଦିଆଯିବ କିନ୍ତୁ କାହାର ନାଗରିକତା ଛଡ଼ାଇ ନିଆଯିବ ନାହିଁ ।