କଂଗ୍ରେସ ସେବାଦଳ ପୁସ୍ତକରେ ବିବାଦୀୟ ତଥ୍ୟ

କଂଗ୍ରେସ ସେବାଦଳ ପୁସ୍ତକରେ ବିବାଦୀୟ ତଥ୍ୟ

କଂଗ୍ରେସ ସେବାଦଳ ପୁସ୍ତକରେ ବିବାଦୀୟ ତଥ୍ୟ
ମୁମ୍ବାଇ: ବୀର ସବରକରଙ୍କୁ ନେଇ ପୁଣି ନୂଆ ବିବାଦ ଆରମ୍ଭ ହୋଇଛି । କଂଗ୍ରେସର ସହଯୋଗୀ ଅଲ୍ ଇଣ୍ଡିଆ କଂଗ୍ରେସ ସେବା ଦଳ ପକ୍ଷରୁ ଏକ ବୁକଲେଟ୍ ବଣ୍ଟାଯାଇଛି ଯେଉଁଥିରେ କି ବୀର ସବରକରଙ୍କର ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କ ସହ ସମଲିଙ୍ଗୀ ସଂପର୍କରେ ଥିବା କୁହାଯାଇଛି । ଏହି ବୁକ୍ଲେଟ୍ ଟାଇଟଲ୍ ରହିଛି \" ବୀର ସବରକର କିତ୍ନେ ବୀର\' । କଂଗ୍ରେସ ସେବା ଦଳ ପକ୍ଷରୁ ଭୋପାଳରେ ଆୟୋଜିତ ଏହାର ୧୦ ଦିନିଆ ତାଲିମ ଅଧିବେଶନରେ ଏହି ବୁକ୍ଲେଟ ବଣ୍ଟାଯାଇଛି । ଏହାକୁ ବିଭିନ୍ନ ମହଲରୁ କଡ଼ା ସମାଲୋଚନା କରାଯାଇଛି । ଅଖିଳ ଭାରତୀୟ ହିନ୍ଦୁ ମହାସଭା ଅଧ୍ୟକ୍ଷ ସ୍ୱାମୀ ଚକ୍ରପାଣି କହିଛନ୍ତି, ପୂର୍ବତନ ମହାସଭା ରାଷ୍ଟ୍ରପତି ସାବରକରଜୀଙ୍କ ବିରୋଧରେ ଅତ୍ୟନ୍ତ ହାସ୍ୟାସ୍ପଦ ଅଭିଯୋଗ । ତେବେ ରାହୁଲ ଗାନ୍ଧି ମଧ୍ୟ ସମଲିଙ୍ଗି ବୋଲି ଆମେ ଶୁଣିଛୁ ବୋଲି ସ୍ୱାମୀ ଚକ୍ରପାଣି କହିଛନ୍ତି । ଶିବସେନା ପକ୍ଷରୁ ମଧ୍ୟ ଏହି ବୁକ୍ଲେଟ୍କୁ କଡ଼ା ବିରୋଧ କରାଯାଇଛି । ବୀର ସାବରକର ଜଣେ ମହାନ ବ୍ୟକ୍ତି ଥିଲେ ଏବଂ ତାଙ୍କ ବିରୋଧରେ ଏଭଳି ପୁସ୍ତକକୁ ତୁରନ୍ତ ନିଷିଦ୍ଧ କରାଯାଉ ବୋଲି ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ।