ରାସ୍ତାରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ରାସ୍ତାରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ରାସ୍ତାରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ସାନଖେମୁଣ୍ଡି : ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର। ଦିଗପହଣ୍ଡି ଥାନା ଅନନ୍ତାଇ କାଳୁଆ ରାସ୍ତାରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ଯୁବକଙ୍କୁ କେହି ହତ୍ୟା କରି ସେଠାରେ ଫିଙ୍ଗି ଦେଇଥିବା ପାରିପାର୍ଶ୍ଵିକ ସ୍ଥିତିରୁ ଅନୁମାନ କରାଯାଉଛି।

ସୂଚନାନୁ୍ାୟୀ, ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଖଲାସି ସାହିର ଶିବ ବେହେରା ଗତକାଲି ଅପରାହ୍ଣ ୪ଟାରେ ଶିବ ଘରୁ କେଉଁଆଡ଼େ ଚାଲିଯାଇଥିଲେ। ଆଉ ଫେରିନଥିଲେ। ଆଜି ସକାଳୁ ଦିଗପହଣ୍ଡି ଥାନା ଅନନ୍ତାଇ କାଳୁଆ ରାସ୍ତାରୁ ତାଙ୍କର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।