ରାଜ୍ୟରେ ୧୫୬୭ ନୂଆ ଅଙ୍ଗନବାଡି ଖୋଲିବ

ରାଜ୍ୟରେ ୧୫୬୭ ନୂଆ ଅଙ୍ଗନବାଡି ଖୋଲିବ

ରାଜ୍ୟରେ ୧୫୬୭ ନୂଆ ଅଙ୍ଗନବାଡି ଖୋଲିବ
ଭୁବନେଶ୍ୱର: ରାଜ୍ୟରେ ୬୨ ହଜାର ୧୭୧ଟି ଅଙ୍ଗନବାଡି କେନ୍ଦ୍ର ରହିଛି । ୧୦,୪୧୬ଟି ମିନି ଅଙ୍ଗନବାଡି କେନ୍ଦ୍ର ମଧ୍ୟ ରହିଛି । ନୂଆ ୭୮୪୪ ଅଙ୍ଗନବାଡି ଖୋଲିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଛି । ପୁନ୍ୟ ତର୍ଜମା କରିବାକୁ କହି ପ୍ରସ୍ତାବ ଫେରାଇ ଦିଆଯାଇଛି । ଜନଜାତି ଓ ଅପପୃଷ୍ଟି ଦେଖାଯିବା ସ୍ଥାନରେ ଅଙ୍ଗନବାଡି ଖୋଳିବାକୁ ନିଷ୍ପତି ହୋଇଛି । ରାଜ୍ୟରେ ୧୫୬୭ ନୂଆ ଅଙ୍ଗନବାଡି ଖୋଲିବାକୁ ଜିଲ୍ଲାଗୁଡିକୁ ମଞ୍ଜୁର ହୋଇଛି ବୋଲି ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି । ଗୃହରେ ମନ୍ତ୍ରୀ କହିଛନ୍ତି ଯେ, ଗୋଟିଏ ଅଙ୍ଗନବାଡି ଖୋଲିବାକୁ ୭ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଛି । ମନରେଗାରେ ୫ ଲକ୍ଷ ଓ ରାଜ୍ୟ ସରକାର ଆଉ ୨ ଲକ୍ଷ ଦେଇଛନ୍ତି । ସହରାଂଚଳରେ ଜମି ସମସ୍ୟା ଥିଲେ ଜାଗା ଚିହ୍ନଟ ପାଇଁ ଜିଲ୍ଲାପାଳଙ୍କୁ କୁହାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।