୩୦ରେ ନାମାଙ୍କନ ଦାଖଲ କରିବେ ରୁଦ୍ର

୩୦ରେ ନାମାଙ୍କନ ଦାଖଲ କରିବେ ରୁଦ୍ର

୩୦ରେ ନାମାଙ୍କନ ଦାଖଲ କରିବେ ରୁଦ୍ର
ଭୁବନେଶ୍ୱର: ପିପିଲି ମଇଦାନରେ ବିଜେଡିରୁ ଲଢିବେ ଦିବଂଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ । ଶୁକ୍ରବାର ଅପରାହ୍ନରେ ରୁଦ୍ରଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ନବୀନଙ୍କ ଘୋଷଣା ପରେ ବିଜେଟି ଟିକେଟକୁ ନେଇ ଚାଲିଥିବା କଳ୍ପନାଜଳ୍ପନାରେ ପଡିଛି ପୂର୍ଣ୍ଣଛେଦ । ସେହିପରି ମାର୍ଚ୍ଚ ୩୦ ତାରିଖରେ ନାମାଙ୍କନ ଦାଖଲ କରିବେ ରୁଦ୍ର । ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଘରେ ବୈଠକ ଚାଲିଥିଲା । ରୁଦ୍ରଙ୍କ ନାମଙ୍କନପତ୍ର ଦାଖଲ ପୂର୍ବରୁ ବିଜେଡିର ବୈଠକ ବସିଥିଲା । ବୈଠକରେ ଉପସ୍ଥିତ ଥିଲେ ବିଜେଡିର ବହୁ ବରିଷ୍ଠ ନେତା । ଡେଲାଙ୍ଗ ବ୍ଲକ ଦାୟିତ୍ୱରେ ଥିବା ନେତା ଓ କର୍ମୀଙ୍କ ବୈଠକ ବସିଥିଲା । ବୈଠକରେ ମନ୍ତ୍ରୀ ସୁଶାନ୍ତ ସିଂ, ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପିପିଲି ପର୍ଯ୍ୟବେକ୍ଷକ ପ୍ରତାପ ଦେବ ମଧ୍ୟ ଉପସ୍ଥିତ ଥିଲେ । ଉପନିର୍ବାଚନ ପାଇଁ ପିପିଲିରେ ଦଳୀୟ ଉଷ୍ମତା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବିଜେପି ତାର ପ୍ରାର୍ଥୀପତ୍ର ଦାଖଲ କରିଛି । ପିପିଲି ଉପନିର୍ବାଚନ ପାଇଁ ବିଜେପି ଆଶ୍ରିତ ପଟ୍ଟନାୟକଙ୍କୁ ନିଜର ପ୍ରାର୍ଥୀ ଘୋଷଣା କରିଛି । ଗତକାଲି ଅର୍ଥାତ ଶୁକ୍ରବାର ସମର୍ଥକଙ୍କ ଗହଣରେ ଏକ ବିଶାଳ ରାଲିରେ ଯାଇ ପୁରୀ ଏଡିଏମଙ୍କ କାର‌୍ୟ୍ୟାଳୟରେ ସେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଏପ୍ରିଲ ୧୭ ତାରିଖରେ ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେବ। ଅନ୍ୟପଟେ କଂଗ୍ରେସ ଏଯାଏଁ ନିଜର ପ୍ରାର୍ଥୀ ଘୋଷଣା କରିନାହିଁ । ସୂଚନାଯୋଗ୍ୟଯେ, ୨୦୧୪ରେ ଆଶ୍ରୀତ ପିପିଲିରୁ ସ୍ୱାଧୀନ ପ୍ରାର୍ଥୀ ହୋଇଥିଲେ । ସ୍ୱାଧୀନ ପ୍ରାର୍ଥୀ ହୋଇ ମଧ୍ୟ ସେ ୧୮ ହଜାର ଭୋଟ ପାଇଥିଲେ । ଗତ ନିର୍ବାଚନରେ ସେ ବିଜେପିରୁ ଟିକେଟ ପାଇଥିବାବେଳେ ୭୨ ହଜାରରୁ ଅଧିକ ଭୋଟ ପାଇବାରେ ସମର୍ଥ ହୋଇଥିଲେ । ତେବେ ବିଜେଡ଼ି ପ୍ରାର୍ଥୀ ଦିବଂଗତ ପ୍ରଦୀପ ମହାରଥି ୧୫ ହଜାର ଭୋଟରେ ଜିତିଥିଲେ ।