ରାଜଧାନୀରେ ୨ଟି ହତ୍ୟାକାଣ୍ଡ
ରାଜଧାନୀରେ ୨ଟି ହତ୍ୟାକାଣ୍ଡ
ଭୁବନେଶ୍ୱର: ବର୍ଷ ଆରମ୍ଭରୁ ରାଜଧାନୀରେ ଘଟି ଯାଇଛି ୨ଟି ହତ୍ୟାକାଣ୍ଡ। ବର୍ଷ ଆରମ୍ଭରୁ ରକ୍ତରଞ୍ଜିତ ହୋଇଛି ରାଜଧାନୀ। ଗତକାଲି ବିଳମ୍ବିତ ରାତିରେ ସୁନ୍ଦରପଦା ନୂଆସାହିରେ ଏକ ହତ୍ୟାକାଣ୍ଡ ଘଟିଥିବା ବେଳେ ଆଜି ସକାଳୁ ସକାଳୁ ମଞ୍ଚେଶ୍ଵର ଥାନା କେନାଲ ରୋଡ ଅଞ୍ଚଳର କେନାଲ ଭିତରୁ ମିଳିଛି ଆଉ ଏକ ମୃତଦେହ। ଏହି ୨ ଘଟଣାର ତଦନ୍ତ ପୁଲିସ୍ ଆରମ୍ଭ କରିଥିବା ବେଳେ ଅପରାଧୀଙ୍କ ସୁରାକ ପାଇପାରିନି।
ସୁନ୍ଦରପଦା ନୂଆସାହିରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଦୀପୁ ରାଉତ ନାମକ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ବେଳେ ମଞ୍ଚେଶ୍ୱର କେନାଲ ରୋଡରୁ ମିଳିଥିବା ମୃତକଙ୍କ ପରିଚୟ ମିଳିପାରିନି।
ନୂଆ ବର୍ଷ ପୂର୍ବ ରାତିରେ ଦୀପୁ ନିଜ ସାଙ୍ଗମାନଙ୍କ ସହ ସୁନ୍ଦରପଦା ନୂଆସାହିରେ ଭୋଜି କରୁଥିଲେ। ସେହି ସମୟରେ ନିକଟସ୍ଥ କପିଳେଶ୍ୱର ଗାଁର କିଛି ଯୁବକ ସେଠାରେ ପହଞ୍ଚିବାରୁ ଉଭୟ ପକ୍ଷ ମଧ୍ୟ ଗଣ୍ଡଗୋଳ ହୋଇଥିଲା। କିଛି ସମୟ ପରେ ହଠାତ୍ କପିଳେଶ୍ୱର ଗାଁର କିଛି ଯୁବକ ସଂଘବଦ୍ଧ ଭାବେ ପହଞ୍ଚି ଦୀପୁଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଖବର ପାଇବାପରେ ଏୟାରଫିଲ୍ଡ ଥାନା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଅପରପକ୍ଷେ, ମଞ୍ଚେଶ୍ଵର ଥାନା କେନାଲ ରୋଡର କେନାଲ ଭିତରୁ ଏକ ମୃତଦେହ ଉଦ୍ଧାର ହୋଇଛି । ଯୁବକଙ୍କ ସମେତ ଏକ ବାଇକ୍ ମଧ୍ୟ କେନାଲରେ ପଡ଼ିଛି। ଯୁବକ ଜଣକ ପଟିଆ ଅଞ୍ଚଳର ବୋଲି ମଞ୍ଚେଶ୍ୱର୍ ପୁଲିସ୍ ସୂଚନା ଦେଇଛି। ତେବେ ହତ୍ୟାର କାରଣ ସ୍ପଷ୍ଟ ହୋଇନି।




admin 