ରଥଯାତ୍ରା ବନ୍ଦ ପାଇଁ ଚକ୍ରାନ୍ତ ଓ ଷଡଯନ୍ତ୍ର ଚଳାଇଥିଲେ ସରକାର: ବିଜୟ ।

ରଥଯାତ୍ରା ବନ୍ଦ ପାଇଁ ଚକ୍ରାନ୍ତ ଓ ଷଡଯନ୍ତ୍ର ଚଳାଇଥିଲେ ସରକାର: ବିଜୟ ।

ରଥଯାତ୍ରା ବନ୍ଦ ପାଇଁ ଚକ୍ରାନ୍ତ ଓ ଷଡଯନ୍ତ୍ର ଚଳାଇଥିଲେ ସରକାର: ବିଜୟ ।
ଚଳିତ ବର୍ଷ ରଥ ଯାତ୍ରା ବନ୍ଦ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ଗୁରୁବାର ଓଡ଼ିଶା ଇତିହାସରେ ସ୍ମରଣୀୟ ଦିନ ହୋଇ ରହିବ । ରଥଯାତ୍ରା ବନ୍ଦ କରାଇବା ନେଇ ଚକ୍ରାନ୍ତ ଓ ଷଡ଼ଯନ୍ତ୍ର ଚଳାଇଥିବା ନେଇ ଯାହା ଆଶଙ୍କା କରାଯାଉଥିଲା ତାହା ସଫଳ ହେଲା । ସ୍ନାନଯାତ୍ରା ଠାରୁ ଏବେ ଯାଏଁ ସବୁ ନୀତିକାନ୍ତି କଟକଣା ଭିତରେ ହୋଇଛି । କିନ୍ତୁ ରାଜ୍ୟ ସରକାର ସନେ୍ଦହ ଘେରରେ ରହିଲେ । ରଥଯାତ୍ରା କରିବାକୁ ସରକାରଙ୍କ ଆନ୍ତରିକତା ନଥିଲା । କଟକଣା ମାନି ରଥଯାତ୍ରା କରିବାକୁ ସରକାର ସତ୍ୟପାଠ ଦେଇପାରିଥାନ୍ତେ । ରଥଯାତ୍ରାରେ ୧୦ ଲକ୍ଷ ଜନସମାଗମ ହେବନି ଭଳି ଯୁକ୍ତି ହୋଇପାରିଲାନି । ଦାମୀ ଓକିଲ ଦେଇ ରଥଯାତ୍ରାକୁ ଏପରି ସ୍ମରଣୀୟ କରିବା ଠିକ ହେଲାନାହିଁ । ତେବେ ଅନ୍ୟ ନୀତିକାନ୍ତି କିପରି ହେବ ସେନେଇ ରାଜ୍ୟ ସରକାର ଆନ୍ତରିକତା ଓ ନିଷ୍ଠାର ସହ ବିଚାର କରନ୍ତୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ପୂର୍ବରୁ ରଥଯାତ୍ରା ନିଷ୍ପତ୍ତି ବିଳମ୍ବ ନେଇ ବିଜୟ ମହାପାତ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଥିଲେ ଯେ, ପ୍ରାୟୋଜିତ ମାମଲା କରାଇ ସରକାର ରଥଯାତ୍ରା ବନ୍ଦ କରାଇବାକୁ ଚାହୁଁଥିବା ସନେ୍ଦହ କରାଯାଉଛି । ଏହାକୁ ନେଇ ସେବାୟତ ଓ ଜଗନ୍ନାଥ ପ୍ରେମୀଙ୍କ ମନରେ ସନେ୍ଦହ ହେଉଛି । ସୁପ୍ରିମକୋର୍ଟରେ ମୋଟ ୩ଟି ମାମଲା ଦାୟର କରାଯାଇଛି । ୩ଟିରୁ ୨ଟି ରଥଯାତ୍ରା ବନ୍ଦ ଓ ଗୋଟିଏ ମାମଲା ରଥଯାତ୍ରା କରିବାକୁ । ଏଠି ଅଧିକାରୀଙ୍କ ପାଇଁ ନେତାମାନେ ବିବୃତି ଦେଉଛନ୍ତି । ପରସ୍ପର ବିରୋଧୀ ମନ୍ତବ୍ୟ ଦେଉଥିବାରୁ ସନେ୍ଦହ ହେଉଛି । ୨୨୦ ଫୁଟ ଦଉଡ଼ି, ପୁଲିସ ଓ ସେବାୟତ ମିଶିଲେ ରଥ ଟାଣି ହେବ ବୋଲି ବିଜୟ ମହାପାତ୍ର କହିଥିଲେ । ପ୍ରକାଶ ଯେ,ଚଳିତ ବର୍ଷ ପୁରୀ ରଥଯାତ୍ରା ନେଇ ସୁପ୍ରିମକୋର୍ଟ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଏ ବର୍ଷ ପାଇଁ ରଥଯାତ୍ରାକୁ ସୁପ୍ରିମକୋର୍ଟ ବନ୍ଦ କରିଛନ୍ତି । ଏ ବର୍ଷ ରଥଯାତ୍ରା ହୋଇପାରିବ ନାହିଁ ବୋଲି ସୁପ୍ରମିକୋର୍ଟ କହିଛନ୍ତି । ଲୋକଙ୍କ ସୁରକ୍ଷା ଓ ଜନସ୍ୱାର୍ଥ ପାଇଁ ପାଇଁ ରଥଯାତ୍ରାକୁ ବନ୍ଦ ରଖାଯାଇଥିବା ସୁପ୍ରମିକୋର୍ଟ କହିଛନ୍ତି । କେବଳ ପୁରୀ ନୁହେଁ ଓଡ଼ିଶାର କେଉଁ ସ୍ଥାନରେ ବି ରଥଯାତ୍ରା ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।