ରକ୍ତମୁଖା ଭାଉଜ, ନଣନ୍ଦର ହତ୍ୟା କରି ପ୍ରେମର ରଙ୍ଗ ଦେଲା ...
ରକ୍ତମୁଖା ଭାଉଜ, ନଣନ୍ଦର ହତ୍ୟା କରି ପ୍ରେମର ରଙ୍ଗ ଦେଲା ...
admin
Dec 16, 2019 - 04:58
Updated: Dec 16, 2019 - 04:58
ଖୋର୍ଦ୍ଧା/ବାଲୁଗାଁ - ବାଲୁଗାଁ ଗଙ୍ଗନଗରରେ ଛାତ୍ରୀଙ୍କ ଗଳା କାଟି ହତ୍ୟା କାଣ୍ଡ ଘଟଣାରେ ଏକ ନୂଆ ଟ୍ୱିଷ୍ଟ ଆସିଛି । ଏହି ଘଟଣାର ପର୍ଦ୍ଧାଫାସ କରିଛନ୍ତି ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ । ହତ୍ୟା ପ୍ରେମ ପାଇଁ ନୁହଁ କି କେହି ଯୁବକ ହତ୍ୟା କରିନାହାନ୍ତି । ଖୋଦ ସମ୍ପୃକ୍ତ ଛାତ୍ରୀଙ୍କ ଭାଉଜ ହିଁ ଏହି ହତ୍ୟା ପଛର ମାଷ୍ଟର ମାଇଣ୍ଡ । ହତ୍ୟାରେ ସମ୍ପୃକ୍ତ ଛାତ୍ରୀଙ୍କ ଭାଉଜ କାବେରୀ ବେହେରାକୁ ପୁଲିସ ଗିରଫ କରିଛି । ନଣନ୍ଦ ସହ ଗଣ୍ଡଗୋଳ ପରେ ଭାଉଜ ଜଣକ ପ୍ରତିଶୋଧ ପରାୟଣ ହୋଇ ତାଙ୍କୁ ହତ୍ୟା କରିଥିଲା । ଛୁରିରେ ନଣନ୍ଦଙ୍କ ବେକକୁ କାଟି ଭାଉଜ ହତ୍ୟା କରିଥିଲା । ୧୩ ତାରିଖ ରାତିରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଭାଉଜ ଜଣକ ପ୍ରତିଶୋଧ ପରାୟଣ ହୋଇ ନଣନ୍ଦଙ୍କୁ ହତ୍ୟା କରିଥିଲା । ତେବେ ପ୍ରେମର ରଙ୍ଗ ଦେଇ ଜଣେ ଯୁବକ ହତ୍ୟା କରିଥିବା କୁହାଯାଇଥିଲା । ପ୍ରେମ ନାଟକ ରଚିଥିଲେ ଭାଉଜ । ସମ୍ପୃକ୍ତ ଛାତ୍ରୀଙ୍କ ମାଆ ଗାଁର ଜଣେ ଯୁବକଙ୍କ ନାମରେ ଅଭିଯୋଗ କରିଥିଲେ । ତେବେ ଗିରଫ ଭାଉଜକୁ ଆଜି କୋର୍ଟଚାଲାଣ କରାଯିବ ।
ପ୍ରକାଶ ଯେ, ବାଲୁଗାଁ ଥାନା ଗଙ୍ଗାନଗରର ରାମଚନ୍ଦ୍ର ବେହେରାଙ୍କ ଏକମାତ୍ର ଝିଅ ଶିବାନୀ (୧୭) ଗତକାଲି ତାଙ୍କ ବାରିପଟେ ଘରେ ପାଠ ପଢ଼ୁଥିବା ବେଳେ ତାଙ୍କ ଭାଉଜ ଓ ମା’ ଦାଣ୍ଡଘରେ ଟିଭି ଦେଖୁଥିଲେ। ତେବେ ରାତି ପ୍ରାୟ ୮ଟା ସମୟର ଜଣେ ଯୁବକ ଶିବନୀ ପଢ଼ୁଥିବା ଘରେ ପଶିଥିଲା ଏବଂ କୌଣସି ଏକ ଧାରୁଆ ଅସ୍ତ୍ରରେ ତାଙ୍କ ତଣ୍ଟି କାଟି ଫେରାର ହୋଇଯାଇଥିଲା ବୋଲି କୁହାଯାଇଥିଲା ।। ଝିଅର ଚିତ୍କାର ଶୁଣି ପରିବାର ଲୋକେ ଘର ଭିତରକୁ ଦୌଡ଼ି ଯାଇ ଦେଖିଲା ବେଳକୁ ଶିବାନୀ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଯନ୍ତ୍ରଣାରେ ତଳେ ଗଡ଼ୁଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଘର ଲୋକେ ଶିବାନୀଙ୍କୁ ଗୁରୁତର ଅବସ୍ଥାରେ ବାଲୁଗାଁ ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।