ଯୁବକଙ୍କୁ ହତ୍ୟା ପରେ ମୁଣ୍ଡ-ଗଣ୍ଡି ଅଲଗା କଲା
ଯୁବକଙ୍କୁ ହତ୍ୟା ପରେ ମୁଣ୍ଡ-ଗଣ୍ଡି ଅଲଗା କଲା
ପୁରୀ: ପିପିଲି ଥାନା ନୂଆଶାସନ ଗାଁରେ ଯୁବକଙ୍କୁ ହତ୍ୟା କରିବା ପରେ ମୁଣ୍ଡ ଗଣ୍ଡି ଅଲଗା କରି ଫେରାର୍ ହୋଇଯାଇଛନ୍ତି ଦୁର୍ବୃତ୍ତ । ନୂଆଶାସନ ଉତ୍ତରସାହିରେ ଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ନିକଟରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ସେବା କେନ୍ଦ୍ର ବାରଣ୍ଡାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ପଡିଥିବାର ଦେଖାଯାଇଛି । ମୃତକ ହେଉଛନ୍ତି ସେହି ଗ୍ରାମର ବିଜୟ ବେହେରାଙ୍କ ୧୮ ବର୍ଷୀୟ ପୁଅ ଲିକୁନା ବେହେରା ।
ପୂର୍ବ ଶତ୍ରୁତାଙ୍କୁ କେନ୍ଦ୍ର କରି ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଥିବା ମୃତକଙ୍କ ବଡଭାଇ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ରମାକାନ୍ତ ବେହେରାକୁ ଗିରଫ କରାଯାଇଛି । ଅଭିଯୁକ୍ତ ନିଜ ସମ୍ପର୍କୀୟଙ୍କ ଘରେ ଲୁଚିଥିବା ବେଳେ ପୋଲିସ୍ ଗିରଫ କରିଛି ।




admin 