ମେ’ ୩୧ ପର୍ଯ୍ୟନ୍ତ ଓଏଚଆରସିଙ୍କ କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କ ଯିବା ଉପରେ ପ୍ରତିବନ୍ଧକ

ମେ’ ୩୧ ପର୍ଯ୍ୟନ୍ତ ଓଏଚଆରସିଙ୍କ କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କ ଯିବା ଉପରେ ପ୍ରତିବନ୍ଧକ

ମେ’ ୩୧ ପର୍ଯ୍ୟନ୍ତ ଓଏଚଆରସିଙ୍କ କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କ ଯିବା ଉପରେ ପ୍ରତିବନ୍ଧକ
ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ମେ’ ୩୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ମାନବାଧିକାର କମିଶନ (ଓଏଚଆରସି)ଙ୍କ କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କ ଯିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । କରୋନା ପାଇଁ ସାଧାରଣ ଲୋକ ଓ ଆବେଦନକାରୀଙ୍କୁ ଓଏଚଆରସି ଅଫିସ ଆସିବାକୁ ବାରଣ କରାଯାଇଛି । ତେବେ ଅଳ୍ପ କର୍ମଚାରୀଙ୍କୁ ନେଇ ଅଫିସ ଚାଲିବ । କେବଳ ଜରୁରୀ ମାମଲାର ଶୁଣାଣି କରାଯିବ । ଅନ୍ୟପକ୍ଷରେ ଆବେଦନକାରୀମାନେ ଓଏଚଆରସିର ଅଫିସିଆଲ ମେଲରେ ଅଭିଯୋଗ କରିପାରିବେ ବୋଲି କୁହାଯାଇଛି । ପ୍ରକାଶ ଯେ, ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଯାହାକୁ ନେଇ ବିଭିନ୍ନ କଟକଣା ଜାରି କରାଯାଇଛି ।