ସତ୍ୟନଗର ଶ୍ମଶାନରେ କାର୍ଯ୍ୟରତ ୬ ଜଣ ବିଏମସି କର୍ମଚାରୀଙ୍କୁ କରୋନା ପଜିଟିଭ

ସତ୍ୟନଗର ଶ୍ମଶାନରେ କାର୍ଯ୍ୟରତ ୬ ଜଣ ବିଏମସି କର୍ମଚାରୀଙ୍କୁ କରୋନା ପଜିଟିଭ

ସତ୍ୟନଗର ଶ୍ମଶାନରେ କାର୍ଯ୍ୟରତ ୬ ଜଣ ବିଏମସି କର୍ମଚାରୀଙ୍କୁ କରୋନା ପଜିଟିଭ
ଭୁବନେଶ୍ୱର:ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଆକ୍ରାନ୍ତଙ୍କ ସଂଖ୍ୟା ସହ ମୃତକଙ୍କ ସଂଖ୍ୟା ମଧ୍ୟ ବଢିଚାଲିଛି । କରୋନା ମୃତକଙ୍କ ଚାପରେ ଅଣାୟତ୍ତ ହୋଇ ପଡ଼ିଥିବା ସତ୍ୟନଗର ଶ୍ମଶାନରେ ମଧ୍ୟ ଏହାର ପ୍ରଭାବ ପଡି଼ଛି । ଏହାରି ଭିତରେ ଏକ ବଡ଼ଖବର ଆସିଛି । ତାହା ହେଲା ସତ୍ୟନଗର ଶ୍ମଶାନରେ କାର୍ଯ୍ୟରତ ୬ ଜଣ ବିଏମସି କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇଜଣ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ୪ ଜଣ ଗୃହ ସଂଗରୋଧରେ ଥିବା ସୂଚନା ମିଳିଛି। ସଂପୃକ୍ତ କର୍ମଚାରୀ ସତ୍ୟନଗର ମଶାଣିରେ ମୃତଦେହ ସଂସ୍କାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ସେହି କର୍ମଚାରୀଙ୍କ ସ୍ଥାନରେ ନୂତନ କର୍ମଚାରୀ ନିୟୋଜିତ