ମୃତୁ୍ୟର ଦିନକ ପରେ ଜିଇଁ ଉଠିଲେ ବୃଦ୍ଧ

ମୃତୁ୍ୟର ଦିନକ ପରେ ଜିଇଁ ଉଠିଲେ ବୃଦ୍ଧ

ମୃତୁ୍ୟର ଦିନକ ପରେ ଜିଇଁ ଉଠିଲେ ବୃଦ୍ଧ
ହାଇଦ୍ରାବାଦ: ତାମିଲନାଡୁର ସଲେମ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଜଣେ ୭୪ ବର୍ଷୀୟ ବୃଦ୍ଧ ମୃତୁ୍ୟର ଦିନକ ପରେ ଜିଇଁ ଉଠିଛନ୍ତି । ୭୪ ବର୍ଷୀୟ ବାଲସୁବ୍ରମାନିଆ କୁମାରଙ୍କ ମୃତୁ୍ୟ ହୋଇଯାଇଛି ବୋଲି ତାଙ୍କ ପରିବାର ସଦସ୍ୟ ଭାବିଥିଲେ । ସେମାନେ ତାଙ୍କ ଶରୀରକୁ ଏକ ଫି୍ରଜର ବକ୍ସରେ ରଖିଥିଲେ । କିନ୍ତୁ ଏହାର ଦିନକ ପରେ ସେ ବଞ୍ଚିଥିବା ଜଣାପଡ଼ିଥିଲା ଏବଂ ପୁଲିସ ଆସି ଫି୍ରଜର ବକ୍ସରୁ ତାଙ୍କୁ ଜୀବିତା ଅବସ୍ଥାରେ ଉଦ୍ଧାର କରିଥିଲା । ଘଟଣାଟି ଘଟିଛି ସଲେମ ଜିଲ୍ଲାର କାନ୍ଧମପଟ୍ଟିରେ । ବାଳସବ୍ରମାନିଆ କୁମାର ତାଙ୍କ ୭୦ ବର୍ଷୀୟ ଭାଇ ସର୍ବାନନ ଏବଂ ତାଙ୍କ ଭଉଣୀ ଝିଅ ପାଖରେ ରହନ୍ତି । ତେବେ ଗତ କିଛି ମାସ ଧରି ସେ ଶଯ୍ୟାଶାୟୀ ଥିଲେ । ସର୍ବାନନ କହିଛନ୍ତି ଗତ ୧୨ ତାରିଖରେ ସେ ତାଙ୍କ ଭାଇ ମରିଯାଇଛନ୍ତି ବୋଲି ଭାବିଥିଲେ ଏବଂ ଏକ ଫି୍ରଜର ବକ୍ସ ମଗାଇ ତାଙ୍କ ଶରୀରକୁ ରଖିଥିଲେ । ଫି୍ରଜର କମ୍ପାନୀର କର୍ମଚାରୀମାନେ ଫି୍ରଜର ବକ୍ସ ନେବା ପାଇଁ ଆସିଥିଲେ । କିନ୍ତୁ ଫି୍ରଜରରେ ଥିବା ବ୍ୟକ୍ତି ନିଶ୍ୱାସ ପ୍ରଶ୍ୱାସ ନେଉଥିବା ଜାଣି ସେମାନେ ପୁଲିସକୁ ଖବର ଦେଇଥିଲେ । ପୁଲିସ ପରିବାର ସମସ୍ୟଙ୍କ ବିରୋଧରେ ମାମଲା ରୁଜୁ କରିଛି ।