ପ୍ରବଳ ବର୍ଷା ଯୋଗୁଁ ୟୁପିରେ ୫୫ ମୃତ

ପ୍ରବଳ ବର୍ଷା ଯୋଗୁଁ ୟୁପିରେ ୫୫ ମୃତ

ପ୍ରବଳ ବର୍ଷା ଯୋଗୁଁ  ୟୁପିରେ ୫୫ ମୃତ
ଲକ୍ଷ୍ନୌ: ବର୍ତ୍ତମାନ ସୁଦ୍ଧା ମୌସୁମୀ ପ୍ରତ୍ୟାବର୍ତ୍ତନ କରି ନଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରେ ମୁସଳାଧାର ବର୍ଷା ଜାରି ରହିଛି। ଉତ୍ତର ଭାରତରେ ପ୍ରବଳ ବର୍ଷା ଯୋଗୁଁ ୟୁପି ସମେତ ଅନ୍ୟାନ୍ୟ ରାଜ୍ୟରେ ଭୟଙ୍କର ବିତ୍ପାତ ସୃଷ୍ଟି ହୋଇଛି। ପ୍ରବଳବର୍ଷା କାରଣରୁ ୩ ଦିନ ମଧ୍ୟରେ କେବଳ ଉତ୍ତରପ୍ରଦେଶରେ ୫୫ ଜଣଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଅଭାଧ ଅଞ୍ଚଳରେ ୧୫, ପ୍ରୟାଗରାଜରେ ୧୪, ପୂର୍ବାଞ୍ଚଳରେ ୧୭, ବୁନ୍ଦେଲଖଣ୍ଡରେ ୭, ସହାରନପୁର ଏବଂ କାନପୁରରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ପ୍ରାଣହାନି ହୋଇଛି । ଅନ୍ୟପକ୍ଷରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଲକ୍ଷ୍ନୌ ଜିଲା ପ୍ରଶାସନ ଆଜି ମଧ୍ୟ ସ୍ଥାନୀୟ ଅଞ୍ଚଳର ସମସ୍ତ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରିଛନ୍ତି । ଅଭାଧ ଅଞ୍ଚଳରେ ଆମେଥୀ ଜିଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏକ କାନ୍ଥ ଭୁଶୁଡି ପଡିବା ଫଳରେ ଦମ୍ପତ୍ତିଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଆମେଥୀ ଜିଲାର ଅନ୍ୟ କେତେକ ସ୍ଥାନରେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି ।