ଡିଏନଏ ଟେଷ୍ଟ ପାଇଁ ପହଞ୍ଚିଲେ ସୀମାଞ୍ଚଳଙ୍କ ପରିବାର

ଡିଏନଏ ଟେଷ୍ଟ ପାଇଁ ପହଞ୍ଚିଲେ ସୀମାଞ୍ଚଳଙ୍କ ପରିବାର

ଡିଏନଏ ଟେଷ୍ଟ ପାଇଁ ପହଞ୍ଚିଲେ ସୀମାଞ୍ଚଳଙ୍କ ପରିବାର
ଭୁବନେଶ୍ୱର: ରାଜଭବନ ପାଖ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଡିଏନ ଟେଷ୍ଟ ପାଇଁ ନିଖୋଜ ସୀମାଞ୍ଚଳଙ୍କ ପରିବାର କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଛନ୍ତି । ସୀମାଞ୍ଚଳଙ୍କ ବାପା, ମାଆ ଓ ଭାଇ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଛନ୍ତି । ଏହି ଅବସରରେ ସୀମାଞ୍ଚଳଙ୍କ ବାପା କହିଛନ୍ତି ଯେ, ବିସ୍ଫୋରଣ ପାଇଁ କିଏ ଦାୟୀ ସ୍ପଷ୍ଟ ହେଉ । ବିସ୍ଫୋରଣ କାହାର ଭୁଲ ପାଇଁ ହେଲା, କିଏ ଦାୟୀ ସେ ନେଇ ସ୍ପଷ୍ଟ ହେଉ । ପୁଅ ନିଖୋଜ ନେଇ ପ୍ରକୃତ ତଥ୍ୟ କଣ ତାହା ସ୍ପଷ୍ଟ କରାଯାଉ ବୋଲି ସୀମାଞ୍ଚଳଙ୍କ ବାପା କହିଛନ୍ତି । ପ୍ରକାଶ ଯେ, ରାଜଭବନ ପାଖ ପେଟ୍ରୋଲ ପମ୍ପ ବିସ୍ଫୋରଣରେ ନିଖୋଜ କର୍ମଚାରୀଙ୍କୁ ଚିହ୍ନଟ କରିବା ପାଇଁ ଡିଏନଏ ଟେଷ୍ଟ ନିମନ୍ତେ ଗତ ମଙ୍ଗଳବାର କମିଶନରେଟ ପୁଲିସ ଭୁବନେଶ୍ୱର ଏସଡିଜେଏମଙ୍କ କୋର୍ଟରେ ଆବେଦନ କରିଥିଲା । ତେବେ ବୁଧବାର ଏନେଇ ସ୍ୱୀକୃତି ମିଳିଥିଲା । ଦୁର୍ଘଟଣାସ୍ଥଳରୁ ଛିଟିକି ପଡ଼ିଥିବା ଦରପୋଡ଼ା ମାଂସଖଣ୍ଡକୁ ପୁଲିସ ସଂଗ୍ରହ କରି ରଖିଛି । ତେବେ କେବଳ ହାଡ଼ରୁ ନମୁନା ନିଆଯାଇ ଡିଏନଏ ଟେଷ୍ଟ କରାଯିବ ।