ମୁମ୍ବାଇ ଗସ୍ତରେ ଯିବେ ନବୀନ
ମୁମ୍ବାଇ ଗସ୍ତରେ ଯିବେ ନବୀନ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୩ ତାରିଖରେ ୩ ଦିନିଆ ମୁମ୍ବାଇ ଗସ୍ତରେ ଯିବେ । ଏହି ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ୧୪ ତାରିଖରେ ହୋଟେଲ୍ ଟ୍ରାଇଡେଣ୍ଟ୍ରେ ସନ୍ଧ୍ୟା ସାଢ଼େ ୬ଟାରେ ହେବାକୁ ଥିବା “ଓଡ଼ିଶା ଇନଭେଷ୍ଟର୍ସ ମିଟ୍’ରେ ଯୋଗଦେବେ। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର, ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କ ସମେତ ରାଜ୍ୟର ବହୁ ବରିଷ୍ଠ ଅଧିକାରୀ ଓ ଫିକିର ପଦାଧିକାରୀମାନେ ସାମିଲ ହେବେ ।
ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନି, ଗୌତମ ଅଦାନିଙ୍କ ସମେତ ବହୁ ଶିଳ୍ପପତି ମଧ୍ୟ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି । କାର୍ୟ୍ୟକ୍ରମରେ ଆସନ୍ତା ନଭେମ୍ୱର ୩୦ରୁ ଡିସେମ୍ୱର ୪ତାରିଖ ପର୍ୟ୍ୟନ୍ତ ଭୁବନେଶ୍ୱରରେ ହେବାକୁ ଥିବା “ମେକ୍ ଇନ୍ ଓଡ଼ିଶା-୨୦୨୨’ କନକ୍ଲେଭ୍ରେ ସାମିଲ ପାଇଁ ନିବେଶକଙ୍କୁ ଆମନ୍ତ୍ରଣ କରାଯିବ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୧୫ ତାରିଖରେ ଓଡ଼ିଶା ଫେରିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।




admin 