ମୁଖ୍ୟମନ୍ତ୍ରୀ ହାତ ଯୋଡି କ୍ଷମା ମଗାନ୍ତୁ : ବିଜେପି

ମୁଖ୍ୟମନ୍ତ୍ରୀ ହାତ ଯୋଡି କ୍ଷମା ମଗାନ୍ତୁ : ବିଜେପି

ମୁଖ୍ୟମନ୍ତ୍ରୀ ହାତ ଯୋଡି କ୍ଷମା ମଗାନ୍ତୁ : ବିଜେପି

ଭୁବନେଶ୍ୱର:  ରାଜ୍ୟ ବିଜେପି କହିଛି ବନ୍ୟା ପାଇଁ ରାଜ୍ୟ ସରକାର ଦାୟୀ । ଏଥିପାଇଁ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ । ବନ୍ୟା ପରିଚାଳନାରେ ସରକାର ସମନ୍ୱୟ ରହି ନଥିବା କହିଛି ବିଜେପି । ଆଜି ଏକ ସାମ୍ବାଦିକ  ସମ୍ମିଳନୀରେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ବନ୍ୟା ଜଳ ପରିଚାଳନାରେ ରାଜ୍ୟ ସରକାର ଅକ୍ଷମ ହୋଇଛନ୍ତି । ଚଳିତ ବର୍ଷର ବନ୍ୟା ଏକ ମନୁଷ୍ୟକୃତ ବନ୍ୟା ଥିଲା । ଛତିଶଗଡ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ବର୍ଷକୁ ଦୁଇ ଥର ସମନ୍ୱୟ ବୈଠକ ବସେ । ପ୍ରି-ମନ୍‌ସୁନ୍‌ ବେଳେ ଏହି ବୈଠକ ବସେ । ଯେଉଁଥିରେ ବନ୍ୟାଜଳ ପରିଚାଳନା ନେଇ ଆଲୋଚନା ହୁଏ । କିନ୍ତୁ ୩-୪ ବର୍ଷ ହେଲା ବୈଠକ ବସିନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି, ହୀରାକୁଦ ରୁଲକ୍‌ର୍ଭ ପାଳନ ହୋଇନାହିଁ । ପ୍ରଥମେ ଏଏସଆରସି କହିଲେ ବଡ଼ ବନ୍ୟା ଆସୁଛି । ଏହା ବନ୍ୟା ପରିଚାଳନା ପାଇଁ ସମନ୍ୱୟ ନଥିବା ଦର୍ଶାଉଛି । ଲୋକେ ପ୍ରସ୍ତୁତ ନଥିଲେ । ତା’ଠାରୁ ଅଧିକ ଅପ୍ରସ୍ତୁତ ଥିଲେ ରାଜ୍ୟ ସରକାର । ବନ୍ୟା ମୁକାବିଲାରେ ରାଜ୍ୟ ସରକାର ପୂରା ବିଫଳ ହୋଇଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କ ଆଗରେ ହାତ ଯୋଡି କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ । ଫ୍ଳଡ ମ୍ୟାନେଜମେଣ୍ଟ ବଦଳରେ ଚାଲିଛି ଫଲସ୍‌ ବିଲ୍‌ । କେବଳ ଦୁର୍ନୀତିରେ ଚାଲିଛି ବନ୍ୟା ମୁକାବିଲା ବୋଲି ବିଜେପି ଅଭିଯୋଗ କରିଛି ।