ମୁଖ୍ୟମନ୍ତ୍ରୀ ମେଡାଲ୍ ପାଇବେ ୬୪ ପୁଲିସ ଅଧିକାରୀ, ଶୁଭେଚ୍ଛା ଜଣାଇଲେ ଡିଜିପି
ମୁଖ୍ୟମନ୍ତ୍ରୀ ମେଡାଲ୍ ପାଇବେ ୬୪ ପୁଲିସ ଅଧିକାରୀ, ଶୁଭେଚ୍ଛା ଜଣାଇଲେ ଡିଜିପି
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମେଡାଲ ପାଇଁ ମନୋନୀତ ୬୪ ଜଣ ପୁଲିସ ଅଧିକାରୀଙ୍କୁ ପୁଲିସ ମହାନିର୍ଦ୍ଦେଶକ ଅଭୟ ଶୁଭେଚ୍ଛା ଜଣାଇଛନ୍ତି । ଏନେଇ ସେ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି । ୫-ଟି ଅଧୀନରେ ପ୍ରଥମ କରି ମେଡାଲ ପାଉଥିବାରୁ ଡିଜିପି ମୋଟ ୬୪ ଜଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରକାଶ ଯେ, ୬୪ ପୁଲିସ କର୍ମଚାରୀ ପାଇବେ ସିଏମ ଏକ୍ସିଲେନ୍ସ ମେଡାଲ । ଓଡିଶା ପୁଲିସ, ଭିଜିଲାନ୍ସ ବିଭାଗ, ଜିଲ୍ଲା ପୁଲିସର ୬୪ ପୁଲିସ କର୍ମଚାରୀ ୫ ଟି ଜରିଆରେ ଉନ୍ନତ ମାନର ତଦନ୍ତ ପାଇଁ ପାଇବେ ସିଏମ ଏକ୍ସିଲେନ୍ସ ମେଡାଲ । ରାଜ୍ୟର ବିଭିନ୍ନ ଅପରାଧିକ ମାମଲାର ତଦନ୍ତରେ ଉନ୍ନତ ମାନର ତଦନ୍ତ କରି ସମ୍ମାନିତ ହେବାକୁ ଯାଉଛନ୍ତି ୬୪ଜଣ ପୋଲିସ କର୍ମଚାରୀ । ସେମାନଙ୍କ ମଧ୍ୟରେ ରହିଛନ୍ତି ଏଏସ ଆଇ ଠାରୁ ଆରମ୍ଭ କରି ଅତିରିକ୍ତ ଏସପି ରାଙ୍କର ଅଧିକାରୀ । ୫-ଟି ଜରିଆରେ ସେମାନଙ୍କ କାର୍ୟ୍ୟ ପାଇଁ ଗୃହ ଵିଭାଗର ଅତିରିକ୍ତ ସଚିବ ଦ୍ଵାରା ମନୋନୀତ କରାଯାଇଛି ।




admin 