ମୀନାବଜାର ଆକାଶ ଦୋଳିରୁ ଖସି ଜଣେ ଯୁବକ ମୃତ

ମୀନାବଜାର ଆକାଶ ଦୋଳିରୁ ଖସି ଜଣେ ଯୁବକ ମୃତ

ମୀନାବଜାର ଆକାଶ ଦୋଳିରୁ ଖସି ଜଣେ ଯୁବକ ମୃତ

ବଲାଙ୍ଗିର : ମୀନାବଜାର ହେଲେ ପଡ଼ିଥାଏ ଦୋଳିର ଆସର । ଏହି ମୀନାବଜାର ଦୋଳିରେ ବସିବା ପଡ଼ିଗଲା ମହଙ୍ଗା । ବ୍ରେକଡ୍ୟାନ୍ସ ଝୁଲା ବା ଆକାଶ ଦୋଳିରୁ ଖସି ଜଣେ ଯୁବକଙ୍କ ମୃତୁ୍ୟ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ତୁରେକେଲା ସହରରେ । ମୃତ ବ୍ୟକ୍ତି ଜଣଙ୍କ ହେଲେ ଦେବରାଜ ସାହୁ । ତାଙ୍କୁ ୩୮ବର୍ଷ ହୋଇଥିଲା । ଦେବରାଜ କୁକୁଡା ବ୍ୟବସାୟୀ ଥିଲେ ।ଗତ କିଛି ଦିନ ହେଲା ତୁରେକେଲାରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ମୀନାବଜାର ପଡିଛି । ସେଠାରେ ଆକାଶ ଦୋଳି ସହ ଅନେକ ଦୋଳି ପଡିଛି । ଗତକାଲି ରାତିରେ ଦେବରାଜ ଆକାଶ ଦୋଳିରେ ବସି ଝୁଲୁଥିଲେ । ହଠାତ୍ ସେ ତଳେ ଖସି ପଡିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦେବରାଜଙ୍କ ମୃତୁ୍ୟ ପରେ ଘରେ ଶୋକର ଛାୟା ଖେଳିଯାଇଛି ।

ଦେବରାଜ ପରିବାରର ଏକମାତ୍ର ରୋଜଗାରିଆ ପୁଅ ଥିବାରୁ ତାଙ୍କୁ ପରିବାରକୁ ଆର୍ଥିକ ସହୟୟତା ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।  ଅନ୍ୟପକ୍ଷରେ ଦେବରାଜ କିପରି ଦୋଳିରୁ  ଖସିଲେ ପୁଲିସ ତାର ତଦନ୍ତ କରୁଛି । ତୁରେକେଲା ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।