ମିଳିଲା ନିଖୋଜ ବିମାନର ଧ୍ବଂସାବଶେଷ

ମିଳିଲା ନିଖୋଜ ବିମାନର ଧ୍ବଂସାବଶେଷ

ମିଳିଲା ନିଖୋଜ ବିମାନର ଧ୍ବଂସାବଶେଷ

ନେପାଳ : ନିଖୋଜ ହୋଇଥିବା ନେପାଳର ଏକ ଯାତ୍ରୀବାହୀ ବିମାନର ପତ୍ତା ମିଳିଛି। ତେବେ ବିମାନ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ କେବଳ ତାର ଧ୍ବଂସାବଶେଷର ସନ୍ଧାନ ମିଳି ପାରିଛି। ନେପାଳର ଏକ ପର୍ୟ୍ୟଟନ ସହର ପୋଖରାରୁ ଯାତ୍ରା ଆରମ୍ଭ କରିଥିବା ତାରା ଏୟାରର ବିମାନ ଉଡିବାର ମାତ୍ର କେଇ ମିନିଟ ମଧ୍ୟରେ ହିମାଳୟ ପାର୍ବତ୍ୟ ଅଂଚଳରେ ଦୁର୍ଘଟଣାର ଶିକାର ହୋଇଥିଲା  । କାଲି ହୋଇଥିବା ଏହି ଦୁର୍ଘଟଣା ପରେ ଏବେ ବିମାନଟିର ଧ୍ୱଂସାବଶେଷ ମିଳିଛି  । ନେପାଳି ସେନା ମସ୍ଟୋଗରେ ଥାସାଙ୍ଗ-୨ର ସୋନେସବେୟରରେ ତାରା ଏୟାରର ଦୁର୍ଘଟଣାଗ୍ରସ୍ତ ବିମାନର ଠାବ କରିଛନ୍ତି  । ଏହା ପୂର୍ବରୁ ଖରାପ ପାଗ ଓ ବାଦଲ ଘେରି ରହିଥିବାରୁ ବିମାନକୁ ଖୋଜିବା କଷ୍ଟକର ହୋଇଥିଲା  । ଉକ୍ତ ବିମାନଟି ରାଜଧାନୀ କାଠମାଣ୍ଡୁରୁ ୨୦୦ କିଲୋମିଟର ପୂର୍ବରେ ସ୍ଥିତ ପୋଖରାରୁ ସକାଳ ୧୦ଟାରେ ଯାତ୍ରା ଆରମ୍ଭ କରିଥିଲା। ଏବେ ବିମାନ ଦୁର୍ଘଟଣା ସ୍ଥଳକୁ ଯାଇ ଏଥିରେ ଥିବା ଯାତ୍ରୀଙ୍କ ମୃତଦେହ ଖୋଜିବା କାମ ଆରମ୍ଭ କରାଯାଇଛି  । 

ସୂଚନା ଅନୁସାରେ ସେଥିରେ ୨୨ ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରେ ୪ ଜଣ ଭାରତୀୟ ଅଛନ୍ତି । ନିଖୋଜ ବିମାନଟି ଘରୋଇ ଏୟାରଲାଇନ୍ ସଂସ୍ଥା ‘ତାରା ଏୟାର’ର । ଦୁଇଟି ଇଞ୍ଜିନ ବିଶିଷ୍ଟ ତାରା ଏୟାର ୯ ବିମାନଟି ନେପାଳର ରାଜଧାନୀ କାଠମାଣ୍ଡୁ ଠାରୁ ପ୍ରାୟ ୨୦୦ କିମି ଦୂରରେ ଥିବା ପୋଖରାରୁ ଉଡାଣ ଭରିଥିଲା । ଏହା ଜୋମ୍ସୋମ୍ ଅଭିମୁଖେ ଯାତ୍ରା କରୁଥିବା ବେଳେ ନିଖୋଜ ହୋଇଯାଇଥିଲା । ବିମାନଟି ଜୋମସୋମରେ ପହଞ୍ଚି ସାରିଥିଲା । କିନ୍ତୁ ହଠାତ୍ ଏହା ରୁଟ୍ ବଦଳାଇ ଦେଇଥିଲା ଓ ନିଖୋଜ ହୋଇଯାଇଥିଲା । ସ୍ଥାନୀୟ ସମୟ ଅନୁସାରେ ସକାଳ ୯ଟା ୫୫ରେ ଏହା ସହିତ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ।