ମା’ଋଣ ସୁଝି ପାରିଲେନି ବୋଲି ଝିଅକୁ ମାରିଦେଲେ

ମା’ଋଣ ସୁଝି ପାରିଲେନି ବୋଲି ଝିଅକୁ ମାରିଦେଲେ

ମା’ଋଣ ସୁଝି ପାରିଲେନି ବୋଲି ଝିଅକୁ ମାରିଦେଲେ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି । ୩ ଲକ୍ଷ ଟଙ୍କାର ଋଣ କରି ମା’ଶୁଝି ନ ପାରିବାରୁ ୮ ବର୍ଷର ଝିଅ ବଳି ପଡିଯାଇଛି । ଉତ୍ତରପ୍ରଦେଶ ହରିୟାୱାନ ଥାନା ଅଧୀନରେ ଏହି ଘଟଣା ଘଟିଛି । ଋଣ ଦେଇଥିବା ବ୍ୟକ୍ତି ପ୍ରତିଶୋଧ ପରାୟଣ ହୋଇ ଝିଅକୁ ହତ୍ୟା କରିଦେଇଛି । ମହିଳାଙ୍କ ଝିଅ ଗତ ରବିବାର ଦିନ ଘର ବାହାରେ ଖେଳୁଥିବା ସମୟରେ ନିଖୋଜ ହୋଇଯାଇଥିଲେ । ଅନେକ ଖୋଜାଖୋଜି କରିବା ପରେ ବି ତା’ର ପତ୍ତା ମିଳିନଥିଲା । ଶେଷରେ ପୁଲିସ ଉକ୍ତ ଘଟଣାରେ ଖୋଳତାଡ଼ କରିବା ପରେ ସୋମବାର ନାବାଳିକାର ମୃତଦେହ ଉଦ୍ଧାର ହୋଇଥିଲା । ପୁଲିସ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ବାବୁରାମ ନିଜ ଦୋଷ ସ୍ୱୀକାର କରିଛି । ବାବୁରାମ କହିଛି, ପ୍ରତି ମାସରେ ସେ ଉକ୍ତ ମହିଳାଙ୍କୁ ୬୫୦୦ ଟଙ୍କା ଦେଉଥିଲା ଏବଂ ମୋଟ ୩ ଲକ୍ଷ ଟଙ୍କା ଦେଇଛି । କିନ୍ତୁ କୋଭିଡରେ ବ୍ୟବସାୟ ବୁଡ଼ିଯିବାରୁ ସେ ମହିଳାଙ୍କଠାରୁ ଟଙ୍କା ମାଗିବା ଆରମ୍ଭ କରିଥିଲେ । କିନ୍ତୁ ମହିଳା ଟଙ୍କା ଦେବାରେ ଅକ୍ଷମ ହେବାରୁ ବାବୁରାମ ତାଙ୍କ ଝିଅକୁ ଉଠାଇ ଦେଇ ହତ୍ୟା କରିଥିବା ସ୍ୱୀକାର କରିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି ।