ମାହାଙ୍ଗା ଡବଲ ମର୍ଡର: ୪ ଅଟକ

ମାହାଙ୍ଗା ଡବଲ ମର୍ଡର: ୪ ଅଟକ

ମାହାଙ୍ଗା ଡବଲ ମର୍ଡର: ୪ ଅଟକ
ଭୁବନେଶ୍ୱର:ମାହାଙ୍ଗା ବିଜେପି ନେତା ଓ ସହଯୋଗୀଙ୍କୁ ହତ୍ୟା ମାମଲାରେ କଟକ ଗ୍ରାମାଚଂଳ ପୋଲିସ ଦ୍ୱାରା ୪ ଜଣ ଅଭିଯୁକ୍ତ ଅଟକ ରଖାଯାଇଛି । ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣ ଅଭିଯୁକ୍ତ ଅଟକ ରହିଛନ୍ତି । ୪ ଜଣଙ୍କୁ ଅଜ୍ଞାତ ସ୍ଥାନରେ ରଖି ପୋଲିସ ଜେରା କରୁଛି । ଅଭିଯୁକ୍ତଙ୍କୁ ଅଟକ ନେଇ କଟକ ଗ୍ରାମାଚଂଳ ପୋଲିସ ପକ୍ଷରୁ ସୂଚନା ମିଳିଛି । ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଟିମର ଚଢାଉ ଜାରୀ ରହିଛି । ବହୁ ଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ ଅଧିକାରୀ କହିଛନ୍ତି । ସୂଚନାଯୋଗ୍ୟଯେ, ମାହାଙ୍ଗା ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସମ୍ପର୍କୀୟ ଦିବ୍ୟସିଂହ ବରାଳଙ୍କୁ ଦୁର୍ବୃତମାନେ ନିର୍ମମ ଭାବେ ହତ୍ୟା କରିଥିଲେ । ଏନେଇ ବିକ୍ଷୋଭ ଓ ଧାରଣା ହୋଇଥିବାବେଳେ ଏଥିରେ ବିଜେଡ଼ି ନେତାଙ୍କ ସଂପୃକ୍ତି ରହିଛି ବୋଲି ମୃତକଙ୍କ ପରିବାର ବର୍ଗ ଅଭିଯୋଗ କରିଛନ୍ତି । ଏପରିକି ଆଇନ ମନ୍ତ୍ରୀଙ୍କ ଭୂମିକା ଉପରେ ବି ମୃତକଙ୍କ ପରିବାର ବର୍ଗ ଆରୋପ ଲଗାଇଛନ୍ତି । ସେହିପରି ଡିସେମ୍ବର ୨୭ ରାତିରେ ଗଣ୍ଡଗୋଳ ଘଟିଥିବାବେଳେ ପୁଲିସ କାହିଁକି ଚୁପ ବସିଥିଲା ବୋଲି ମଧ୍ୟ ପ୍ରଶ୍ନ ଉଠିଛି ।