ମାଷ୍ଟରକ୍ୟାଣ୍ଟିନ ତାରିଣୀ ମନ୍ଦିର ଭାଙ୍ଗିଲା
ମାଷ୍ଟରକ୍ୟାଣ୍ଟିନ ତାରିଣୀ ମନ୍ଦିର ଭାଙ୍ଗିଲା
ଭୁବନେଶ୍ୱର: ଭଙ୍ଗାଗଲା ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ମା’ ତାରିଣୀଙ୍କ ମନ୍ଦିର । ସ୍ମାର୍ଟ ସିଟି ପ୍ରକଳ୍ପ ପାଇଁ ରାସ୍ତା ପ୍ରଶସ୍ତ କରିବାକୁ ମନ୍ଦିରରେ ଚାଲିଲା ବୁଲଡୋଜର ।
ବିଏମସି ଓ ବିଏସସିଏଲ ଅଧିକାରୀଙ୍କ ମିଳିତ ଉଦ୍ୟମରେ ମା’ ତାରିଣୀଙ୍କ ମନ୍ଦିର ଉଚ୍ଛେଦ ହୋଇଛି।
ଏହି ସମୟରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି। ମନ୍ଦିର ନ ଭାଙ୍ଗିବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ରହିଥିବା ପୂଜକ କହିଛନ୍ତି । ଏହା ସହିତ ମେ ମାସ ୫ ତାରିଖ ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ଲାଗି କୋର୍ଟଙ୍କ ନିର୍ଦ୍ଦେଶ ଥିବା ସେ କହିଛନ୍ତି । ମାତ୍ର ଏ ନେଇ ବିଡିଏ ଟିମ ମତାମତ ରଖିନାହାନ୍ତି ।




admin 