ମାର୍ଚ୍ଚରୁ ଆରମ୍ଭ ହେବ ‘ଟାଇଗର-୩’ର ସୁଟିଂ

ମାର୍ଚ୍ଚରୁ ଆରମ୍ଭ ହେବ ‘ଟାଇଗର-୩’ର ସୁଟିଂ

ମାର୍ଚ୍ଚରୁ ଆରମ୍ଭ ହେବ ‘ଟାଇଗର-୩’ର ସୁଟିଂ
ବଲିଉଡ ବୁ୍ୟଟି କ୍ୟାଟି୍ରନା କୈଫ ଏବେ ଏକ୍ସେଲ ଏଣ୍ଟରଟେନମେଣ୍ଟର ଆଗାମୀ ଚଳଚ୍ଚିତ୍ର ‘ଫୋନ ଭୁତ’ର ସୁଟିଂରେ ବ୍ୟସ୍ତ । ଇଶାନ ଖଟ୍ଟର ଓ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସହ ସେ ଗତ ସପ୍ତାହରୁ ଏହି ଚଳଚ୍ଚିତ୍ରର ସୁଟିଂ ଆରମ୍ଭ କରି ଦେଇଛନ୍ତି । ଏହା ଆସନ୍ତା ଫେବୃୟାରୀ ସୁଦ୍ଧା ଶେଷ ହୋଇଯିବ ବୋଲି ଜଣାପଡିଛି । ଏହା ପରେ ଆସନ୍ତା ବର୍ଷ ଜୁଲାଇ ଆଡକୁ ସେ ଅଲ୍ଲୀ ଆବାସ ଜାଫରଙ୍କ ‘ସୁପରଓମେନ’ ଚଳଚ୍ଚିତ୍ରରେ ନଜର ଆସିବେ । ତେବେ ବଲିଉଡର ସବୁଠାରୁ ବ୍ୟସ୍ତ ଅଭିନେତ୍ରୀ କ୍ୟାଟି୍ରନା ଯେ ଫେବୃୟାରୀରୁ ଜୁଲାଇ ଯାଏ ଘରେ ବସିବେ ତାହା ବିଶ୍ୱାସ କରି ହେଉନାହିଁ । ଏକ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି କ୍ୟାଟି୍ରନା ତାଙ୍କର ଏହି ସମୟ ମଧ୍ୟରେ ସଲମାନ ଖାନଙ୍କ ସହ ଟାଇଗରର ତୃତୀୟ ପାର୍ଟ ଟାଇଗର-୩ ଚଳଚ୍ଚିତ୍ରର ସୁଟିଂ କରିବେ । ଟାଇଗର-୩ର ପ୍ରଥମ ଭାଗର ସୁଟିଂ ମୁମ୍ବାଇରେ ମାର୍ଚ୍ଚ ମାସରୁ ଆରମ୍ଭ ହେବ । ଏହା ପରେ ଏହାର ଦ୍ୱିତୀୟ ଭାଗ ପୂର୍ବ କେନ୍ଦ୍ରୀୟ ଦେଶ ଗୁଡ଼ିକରେ ସୁଟିଂ ହେବ । ତୃତୀୟ ତଥା ଅନ୍ତିମ ପାର୍ଟ ସୁଟିଂ ମୁମ୍ବାଇରେ ଶେଷ ହେବ । ତେବେ ଚଳଚ୍ଚିତ୍ରର ନାମ ‘ଟାଇଗର-୩’ ନ ରହିପାରେ ।