ମାଓବାଦୀଙ୍କ ବର୍ବରକାଣ୍ଡ:ଘରୁ ଡାକି ନେଇ ଗଳାକାଟି ହତ୍ୟା

ମାଓବାଦୀଙ୍କ ବର୍ବରକାଣ୍ଡ:ଘରୁ ଡାକି ନେଇ ଗଳାକାଟି ହତ୍ୟା

ମାଓବାଦୀଙ୍କ ବର୍ବରକାଣ୍ଡ:ଘରୁ ଡାକି ନେଇ ଗଳାକାଟି ହତ୍ୟା
ଭୁବନେଶ୍ୱର:ଆନ୍ଧ୍ର-ଓଡିଶା ସୀମାନ୍ତରେ ମାଓବାଦୀଙ୍କ ବର୍ବରକାଣ୍ଡ । ଚିନ୍ତାଗୁରୁହୁ ଗାଁରେ ମାଓବାଦୀ ଜଣଙ୍କୁ ଘରୁ ଡାକି ନେଇ ଗଳାକାଟି ହତ୍ୟା କରିଛନ୍ତି । ମୃତକ ଜଣଙ୍କ ହେଉଛନ୍ତି ସତୀଶ ବାବୁ, ଚିନ୍ତାଗୁରୁହୁ ଗାଁର ବାସିନ୍ଦା ଥିଲେ । ପୁଲିସ ଇନଫର୍ମର ସନେ୍ଦହରେ ହତ୍ୟା କରିଥିବା ସୂଚନା ରହିଛି । ଗତକାଲି ରାତି ପ୍ରାୟ ଦୁଇଟା ବେଳେ କୋଡିଏରୁ ଊର୍ଦ୍ଧ୍ୱ ନକ୍ସଲ ସତୀଶ ବାବୁ ଘର ନିକଟରେ ପହଞ୍ଚିଥିଲେ। ଏହାପରେ ତାଙ୍କୁ ଆସି ଘରୁ ଡାକି ନେଇଯାଇଥିଲେ। ଆଜି ସକାଳୁ ଗାଁ ମୁଣ୍ଡରେ ତାଙ୍କ ମୃତଦେହ ପଡ଼ିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ତାଙ୍କ ମୁଣ୍ଡ ପଛପଟେ ଗଭୀର କ୍ଷତ ଚିହ୍ନ ଥିବାରୁ ମାରଣାସ୍ତ୍ର ସାହାଯ୍ୟରେ ତାଙ୍କୁ ନିର୍ମମ ଭାବେ ହାଣି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।