ମାଡି ଆସୁଛି ବନ୍ୟା ବିପଦ!
ମାଡି ଆସୁଛି ବନ୍ୟା ବିପଦ!
ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଥିବାବେଳେ ବନ୍ୟା ଆଶଙ୍କା ଦେଖାଦେଇଛି । ତେବେ ଏହା ଭିତରେ ବନ୍ୟା ନେଇ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସୁଛି । ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ବନ୍ୟା ଜଳ ମୁଣ୍ଡଳି ଅତିକ୍ରମ କରିବ । ମୁଣ୍ଡଳି ଦେଇ ୧୦ରୁ ସାଢେ ୧୦ ଲକ୍ଷ କୁ୍ୟସେକ ଜଳ ପ୍ରବାହିତ ହେବ । ଖଇରମାଳରେ ଏବେ ୯.୫୬ ଲକ୍ଷ କୁ୍ୟସେକ ଜଳ ପ୍ରବାହିତ ହେଉଛି । ହୀରାକୁଦର ଉପର ମୁଣ୍ଡରେ ପ୍ରବଳ ବର୍ଷା ଜାରି ରହିଛି । ହୀରାକୁଦରେ ୩୪ ଟି ଗେଟ ଖୋଲା ଅଛି । ଆଉ ଗେଟ ଖୋଲିବୁ ନାହିଁ । ୨୦୧୯ ଅଗଷ୍ଟରେ ମଧ୍ୟ ଏକା ଧରଣର ସ୍ଥିତି ଉପୁଜିଥିଲା ବୋଲି ଏସଆରସି କହିଛନ୍ତି ।
ତେବେ ଚଳିତ ବନ୍ୟା ଯୋଗୁ ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର କିଛି ଅଂଶ ପ୍ରଭାବିତ ହେବାକୁ ଥିବାବେଳେ ଦକ୍ଷିଣରେ କିନ୍ତୁ ବନ୍ୟା ସ୍ଥିତି ନଥିବା ଏସଆରସି କହିଛନ୍ତି।
ଅନ୍ୟପକ୍ଷରେ ଆଇଏମଡି ଡିଜି ଡ. ମୃତୁ୍ୟଞ୍ଜୟ ମହାପାତ୍ର କହିଛନ୍ତି ଯେ ଗତକାଲି ଭଳି ଆଜି ମଧ୍ୟ ରାଜ୍ୟସାରା ପ୍ରବଳ ବର୍ଷା ଜାରି ରହିବ । କେତେକ ସ୍ଥାନରେ ଅତି ପ୍ରବଳ ଓ ଅତ୍ୟନ୍ତ ପ୍ରବଳ ବର୍ଷା ହେବ । ତେବେ ଆସନ୍ତାକାଲି ଠାରୁ ବର୍ଷାର ପରିମାଣ କମିବ । ଆଜି ପଶ୍ଚିମ ଓଡ଼ିଶା ଜିଲ୍ଲାମାନଙ୍କରେ ଅପେକ୍ଷାକୃତ ଅଧିକ ବର୍ଷିବ । ଆଜି ଛତିଶଗଡ଼ରେ ସବୁଠାରୁ ଅଧିକ ବର୍ଷା ହେବ । ଫଳରେ ମହାପଦୀ ଓ ଶାଖା ନଦୀ ଉପରେ ଏହାର ପ୍ରଭାବ ପଡ଼ିବ ବୋଲି ଆଇଏମଡି ଡିଜି ଡ. ମୃତୁ୍ୟଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।




admin 