ମାଓ ଅଞ୍ଚଳରେ ଖୋଲିବ ୧୩୩ ନୂଆ ଡାକଘର

ମାଓ ଅଞ୍ଚଳରେ ଖୋଲିବ ୧୩୩ ନୂଆ ଡାକଘର

ମାଓ ଅଞ୍ଚଳରେ ଖୋଲିବ ୧୩୩ ନୂଆ ଡାକଘର
ଭୁବନେଶ୍ୱର: ରାଜ୍ୟର ମାଓ ଅଧ୍ୟୁଷିତ ୧୫ ଜିଲ୍ଲାରେ ଚଳିତ ଆର୍ଥିକ ବର୍ଷରେ ୧୩୩ ନୂଆ ଡାକଘର ଖୋଲିବ । ବିଶ୍ୱ ଡାକ ଦିବସ ଅବସରରେ ଏହି ସୂଚନା ଦେଇଛନ୍ତି ଓଡ଼ିଶା ଡାକ ମଣ୍ଡଳର ମହାପ୍ରବନ୍ଧକ ସନ୍ତୋଷ କୁମାର କାମିଲା । ଏହି ୧୩୩ ଟି ଡାକ ଘର ମଧ୍ୟରୁ ୪୦ଟି କାର୍ଯ୍ୟକ୍ଷମ ହୋଇଥିବା ବେଳେ ୯୩ଟି ଆସନ୍ତା ମାର୍ଚ୍ଚ ସୁଦ୍ଧା ଖୋଲିବ । ଆଜି ବିଶ୍ୱ ଡାକ ଦିବସରେ ଭୁବନେଶ୍ୱରରେ ପାଳିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ କାମିଲା କହିଲେ, ନୂଆ ଡାକଘର ଖୋଲିବା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ୫୪,୦୦୦ ଟଙ୍କା ଲେଖାଏଁ ଯୋଗାଇ ଦେଉଛି । ଆମ ନିୟମିତ ଜୀବନରେ ଡାକର ଭୂମିକା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ପାଇଁ ଡାକ ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ ରୋଡ ସୋ’ ଆୟୋଜନ କରାଯିବ । ଚଳିତ ବର୍ଷ ମେରା ଅଭିମାନ, ସକ୍ଷମ ଗ୍ରାମ’ କାର୍ଯ୍ୟକ୍ରମରେ ଓଡ଼ିଶା ସର୍କଲ ସମଗ୍ର ଦେଶରେ ଶୀର୍ଷରେ ରହିଛି । ଓଡ଼ିଶା ଡାକ ମଣ୍ଡଳ ୭୫୩ ଗ୍ରାମକୁ ସକ୍ଷମ ଗ୍ରାମରେ ପରିଣତ କରିପାରିଛି । ଏହାଛଡ଼ା ଓଡ଼ିଶା ସର୍କଲ ଚମ୍ପିଆନ ପୁରସ୍କାର ପାଇଥିଲା ବେଳେ ଡାକ ବିଭାଗର ଅଫିସ ଆସିଷ୍ଟାଣ୍ଡ ସୁନିତା ପ୍ରିୟଦର୍ଶିନୀ ସାମନ୍ତରାୟ ‘ମେଘଦୂତ’ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ଏପରିକି ଓଡ଼ିଶା ସର୍କଲ ସ୍ପିଡ ପୋଷ୍ଟ ବ୍ୟବସାୟରେ ଗତ ବର୍ଷ ତୁଳନାରେ ୧୦ ପ୍ରତିଶତ ଅଧିକ ବ୍ୟବସାୟରେ ଗତ ବର୍ଷ ତୁଳନାରେ ୧୦ ପ୍ରତିଶତ ଅଧିକ ବ୍ୟବସାୟ କରିଛି ବୋଲି ଶ୍ରୀ କାମିଲା ଗଣମାଧ୍ୟମକୁ ସୂଚନା ଦେଇଥିଲେ ।