୧୧ କେଜି ସୁନା ଜବତ

୧୧ କେଜି ସୁନା ଜବତ

୧୧ କେଜି ସୁନା ଜବତ
ରାଉରକେଲା:ଟ୍ରେନରୁ ୧୧ କେଜି ସୁନା ଜବତ ହୋଇଛି । ୧୧୦ ଖଣ୍ଡ ସୁନା ସେଂଟ୍ରାଲ ଏକ୍ସାଇଜ ଓ କଷ୍ଟମ ବିଭାଗ ୧୧୦ ଖଣ୍ଡ ସୁନା ଜବତ କରିଛି । ଜବତ ସୁନାର ମୂଲ୍ୟ ପ୍ରାୟ ୪ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି । ହାୱାଡାରୁ ମୁମ୍ବାଇ ଯାଉଥିବା ଜ୍ଞାନେଶ୍ୱରୀ ଏକ୍ସପ୍ରେସରୁ ସୁନା ମିଳିଛି । ଟ୍ରେନରେ ବେଆଇନ ସୁନା ଯାଉଥିବା ଖବର ପାଇ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ରାଜଗାଙ୍ଗପୁର-ଝାରସୁଗୁଡା ମଧ୍ୟରେ ଚଢାଉ କରି ସୁନା ଜବତ କରାଯାଇଛି । ସୁନା ଚାଲାଣ କାରବାରରେ ସଂପ୍ୟକ୍ତ ଥିବା ୨ ଜଣଙ୍କୁ ଅଟକ ରଖା ଯାଇଛି ।