ମାଆର ଗଳା ଚିପି ହତ୍ୟା କଲା ନୃଶଂସ ପୁଅ
ମାଆର ଗଳା ଚିପି ହତ୍ୟା କଲା ନୃଶଂସ ପୁଅ

ଭଞ୍ଜନଗର : ସମ୍ପତ୍ତି ପାଇଁ ଜନ୍ମକଲା ମାଆର ଗଳା ଚିପି ହତ୍ୟା କଲା ପୁଅ। ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ ଉଲୁଦନ ଗ୍ରାମ ଅଡଙ୍ଗ ପାରି ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।
ସୂଚନାନୁଯାୟୀ, ତାରସିଂ ଥାନା ଅନ୍ତର୍ଗତ ଉଲୁଦନ ଗ୍ରାମ ଅଡଙ୍ଗ ପାରି ସାହିର ସନ୍ତୋଷ ନାୟକ ଏବଂ ତାଙ୍କ ମାଆଙ୍କ ମଧ୍ୟରେ ୪ ଦିନ ହେଲା ସମ୍ପତ୍ତି ପାଇଁ କଳହ ଲାଗି ରହିଥିଲା। ପୂର୍ବରୁ ମଧ୍ୟ ସମ୍ପତ୍ତି ଭାଗବଣ୍ଟାକୁ ନେଇ ମାଆ-ପୁଅଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା। ହେଲେ ମଙ୍ଗଳବାର ଅପରାହ୍ନରେ ମାଆ-ପୁଅଙ୍କ କଳହ ଉଗ୍ର ରୂପ ନେଇଛି। ପୁଅ ସନ୍ତୋଷ ମାଆର ତଣ୍ଟି ଚିପି ହତ୍ୟା କରିବା ପରେ ଫେରାର୍ ହୋଇଯାଇଛି। ଏନେଇ ମୃତକଙ୍କ ଝିଅ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ତାରାସିଂ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।