ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଅନୀଲ ବାନ୍ଦେ ଗିରଫ
ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଅନୀଲ ବାନ୍ଦେ ଗିରଫ
ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅନୀଲ ବାନ୍ଦେଙ୍କୁ ଗିରଫ କରିଛି ମହାରାଷ୍ଟ୍ର ପୁଲିସ।
ଅମରାବତୀ ଜିଲ୍ଲାରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ତାଙ୍କୁ ଗିରଫ କରାଯାଇଥିବା କୁହାଯାଇଛି। ତ୍ରିପୁର ହଂସାକାଣ୍ଡ ଘଟଣାକୁ ନେଇ ଅମରାବତୀ ଜିଲ୍ଲା ସମେତ ଅନ୍ୟ ୩ ଜିଲ୍ଲାରେ ବିଜେପି ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା। ଏହି ସମୟରେ ଅମରାବତୀ ଜିଲ୍ଲାରେ ବ୍ୟାପକ ହିଂସାକାଣ୍ଡ ଓ ଜଳାପୋଡ଼ା ହୋଇଥିଲା। ଏଥିରେ ବିଜେପି କର୍ମୀଙ୍କ ହାତ ଥିବା ସରକାର କହିଥିଲେ। ପରେ ଥାନାରେ ଏକାଧିକ ମାମଲା ରୁଜୁ ହୋଇଥିଲା। ଏହି ଘଟଣାରେ ଶ୍ରୀ ବାନ୍ଦେଙ୍କ ସଂପୃକ୍ତି ଥିବା ଅଭିଯୋଗ ଆସିବା ପରେ ପୁଲିସ ଏହି କାର୍ୟ୍ୟାନୁଷ୍ଠାନ ନେଇଛି। ଅଦ୍ୟାବଧି ଏହି ଘଟଣାରେ ଜଲ୍ଲାରେ ୫୦ ଜଣ ଗିରଫ ହୋଇଥିବା ଜଣାପଡ଼ିଛି।




admin 