ମରୀଚିକୁଣ୍ଡ ପାଣି ନିଲାମ
ଭୁବନେଶ୍ୱର: ନିଲାମ ହେଲା ମରୀଚିକୁଣ୍ଡ ପାଣି । ମଙ୍ଗଳବାର ରାତି ପ୍ରାୟ ୧୧ଟା ୫୦ରେ ମରୀଚିକୁଣ୍ଡ ପାଣି ଯାଇ ରଥ ପ୍ରତିଷ୍ଠା କରାଯାଇଥିଲା । ଏହା ପରେ ପରମ୍ପରା ଅନୁସାରେ ପାଣି ନିଲାମ ହୋଇଥିଲା । ପ୍ରଥମ କଳସ ପାଣିକୁ ୩୦ ହଜାର ଟଙ୍କାରେ ଭୁବନେଶ୍ୱରର ମାଳତୀ ସୋରେନ୍ ନିଲାମ ଧରିଥିବା ବେଳେ ଦ୍ୱିତୀୟ କଳସକୁ ୧୬ ହଜାର ଟଙ୍କାରେ ଭୁବନେଶ୍ୱର ମାଳତୀ ସୋରେନ୍ ଧରିଥିଲେ । ସେହିପରି ତୃତୀୟ କଳସ ଅନୁଗୁଳର ଅଞ୍ଜଳି ପ୍ରଧାନ ୮ ହଜାର ଟଙ୍କାରେ ନିଲାମ ଧରିଥିଲେ । ବିଧି ଅନୁସାରେ ବଡୁ ନିଯୋଗ ପକ୍ଷରୁ ଏହି ନିଲାମ କାର୍ୟ୍ୟ ଶେଷ କରାଯାଇଥିଲା ।
ବିଶ୍ୱାସ ରହିଛି ସନ୍ତାନ ସନ୍ତତି ହେଉ ନ ଥିବା ମହିଳା ମରିଚିକୁଣ୍ଡ ଜଳରେ ସ୍ନାନ କଲେ ସନ୍ତାନ ପ୍ରାପ୍ତି ହୋଇଥାନ୍ତି। ସେଥିପାଇଁ ଗତକାଲି ରାତିରେ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ପ୍ରବଳ ଭିଡ଼ ଲାଗିଥିଲା। ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପୂର୍ବ ରାତ୍ରିରେ ମରିଚିକୁଣ୍ଡରୁ ଜଳ ନିଆଯାଇ ମହାପ୍ରଭୁଙ୍କ ରଥ ପ୍ରତିଷ୍ଠା କରାଯାଇଥାଏ। ଏହା ପରେ ମରିଚିକୁଣ୍ଡ ଜଳ ନିଲାମୀ ପ୍ରକ୍ରିୟା ଆରମ୍ଭ ହୋଇଥାଏ।




admin 