ମଧ୍ୟସ୍ଥତା କେନ୍ଦ୍ରକୁ ଆସିଲେନି ଅନୁଭବ

ମଧ୍ୟସ୍ଥତା କେନ୍ଦ୍ରକୁ ଆସିଲେନି ଅନୁଭବ

ମଧ୍ୟସ୍ଥତା କେନ୍ଦ୍ରକୁ ଆସିଲେନି ଅନୁଭବ
ଭୁବନେଶ୍ୱର: ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନିଙ୍କ ପାରିବାରିକ ମାମଲା । ଆଜି ଏସଡିଜେଏମ କୋର୍ଟ ମଧ୍ୟସ୍ଥତାକୁ ନେଇ ସାଂସଦ ଅନୁଭବ ମହାନ୍ତିକୁ ଡାକିଥିଲେ । କିନ୍ତୁ ଅନୁଭବ ମହାନ୍ତି ଏସଡିଜେଏମ କୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରକୁ ଆସିଲେ ନାହିଁ ।ଏସଡିଜେଏମ କୋର୍ଟ ଅନୁଭବ ଓ ପତ୍ନୀ ବର୍ଷାଙ୍କ ମଧ୍ୟରେ ମଧ୍ୟସ୍ଥତା ପାଇଁ କହିଥିଲେ । ମଧ୍ୟସ୍ଥତା ପାଇଁ ଆଜି ଦିନ ଧାର୍ଯ୍ୟ ହୋଇଥିଲା । ତେବେ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶରେ ମଧ୍ୟସ୍ଥତା ଚାଲିଥିବାରୁ ଅନୁଭବ ସମୟ ମାଗିଛନ୍ତି । ଆବଶ୍ୟକ ପଡିଲେ ପରବର୍ତୀ ସମ୍ରରେ ଆସିବେ ବୋଲି ଜଣାଇଛନ୍ତି । ଆସନ୍ତା ୨୫ରେ ମାମଲାର ପରବର୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ସୂଚନା ଥାଉ ଯେ, ପାରିବାରିକ ବିବାଦରେ ଛନ୍ଦି ପଡ଼ିଥିଲା ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ସମ୍ପର୍କ। ବର୍ଷା ଏନେଇ ମହିଳା କମିଶନରେ ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗକୁ ଭିତ୍ତିକରି କମିଶନ ଅନୁଭବ, ବର୍ଷା, ଅନୁଭବଙ୍କ ବାପା ଓ ମାଆଙ୍କୁ ହାଜର ପାଇଁ କମିଶନ ନୋଟିସ୍‌ କରିଥିଲେ। ନୋଟିସ୍‌ ମୁତାବକ ପ୍ରଥମେ ବର୍ଷା ମହିଳା କମିଶନଙ୍କ ଅଫିସରେ ପହଞ୍ଚିଥିଲେ । ପରେ ଅନୁଭବ ଆସିଥିଲେ। ହେଲେ ଅନୁଭବଙ୍କ ବାପା-ମାଆ ଆସିନଥିଲେ