ଧାନ ଚାଲାଣ : କ୍ୟାମ୍ପସ୍ ଏମଡି ନିଲମ୍ବିତ

ଧାନ ଚାଲାଣ : କ୍ୟାମ୍ପସ୍ ଏମଡି ନିଲମ୍ବିତ

ଧାନ ଚାଲାଣ : କ୍ୟାମ୍ପସ୍ ଏମଡି ନିଲମ୍ବିତ
ବାରିପଦା: ବେଆଇନ ଧାନ ଚାଲାଣ ଅଭିଯୋଗରେ କ୍ୟାମ୍ପସ୍ ଏମଡି ନିଲମ୍ବିତ ହୋଇଛନ୍ତି । ଖୁଂଟା ଥାନା ବାହାନଡା ଲ୍ୟାମ୍ପସ୍ ଏମଡି ମଧୁସ୍ମିତା ଦେ ନିଲମ୍ବିତ ହୋଇଥିବା ସୂଚନା ମିଳିଛି । ଲ୍ୟାମ୍ପସର ଏମଡିଙ୍କ ନାଁରେ ଅନେକ ଅଭିଯୋଗ ରହିଛି । ଯେପରି କାର୍ଯ୍ୟରେ ଅବହେଳା, ଅନିୟମିତତା ଓ ଅଣଦେଖା ଅଭିଯୋଗ ଯୋଗୁଁ ନିଲମ୍ପନ ହୋଇଛନ୍ତି । ମଧୁସ୍ମିତାଙ୍କ ନିଲମ୍ବପ ନେଇ କପ୍ତିପଦା ସହ ଉପନିବନ୍ଧକ ଠାରୁ ସୂଚନା ମିଳିଛି । ଗତ ରାତିରେ ୨୮୩ କ୍ୱିଂଟାଲ ଧାନ ବୋଝେଇ ଥିବା ଟ୍ରକକୁ ଲୋକମାନେ ଧରିଥିଲେ । ତଦନ୍ତ ପରେ ଟ୍ରକର ଟାଞ୍ଜିଟ୍ ପାସ ଇସୁ୍ୟ ହୋଇନଥିବା ଜଣାପଡିଲା ।