ମେଟ୍ରୋ ରେଲ୍ ପ୍ରୋଜେ : ଜିଓ ଟେକ୍ନିକାଲ ଇନ୍ଭେଷ୍ଟିଗେସନ ଆରମ୍ଭ
ଭୁବନେଶ୍ୱର,: ପୂରା ରାଜ୍ୟବାସୀଙ୍କ ଡ୍ରିମ୍ ପ୍ରୋଜେକ୍ଟ ମେଟ୍ରୋ ପ୍ରକଳ୍ପ ଆଉ ପାଦେ ଆଗେଇଛି । ଆରମ୍ଭ ହୋଇଛି ଜିଓ ଟେକ୍ନିକାଲ ଇନଭେଷ୍ଟିଗେସନ୍ । ତ୍ରିଶୁଳିଆରୁ ନନ୍ଦନକାନନ ଭିତରେ ଏହା ଆରମ୍ଭ ହୋଇଛି । ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ (ଡିଏମ୍ଆରସି) ବିଶେଷଜ୍ଞମାନେ ପହଞ୍ଚି ସର୍ଭେ ଆରମ୍ଭ କରିଛନ୍ତି ।
ଡିଏମ୍ଆରସି ଭୁବନେଶ୍ୱର ମେଟ୍ରୋ ରେଲ୍ ପ୍ରୋଜେକ୍ଟ ପାଇଁ ଡିପିଆର ପ୍ରସ୍ତୁତି ଦାୟିତ୍ୱ ନେଇଛି । ଡିପିଆର ପ୍ରସ୍ତୁତି କାମ କିଛି ଦିନ ଆଗରୁ ଆରମ୍ଭ ହୋଇଥିଲା । ଏବେ ଜିଓ ଟେକ୍ନିକାଲ ଇନଭେଷ୍ଟିଗେସନ କାମ ବି ଆଗେଇଛି । ଯୋଜନା ଅନୁସାରେ, ତ୍ରିଶୁଳିଆରୁ ଭୁବନେଶ୍ୱର ବିମାନବନ୍ଦର ପର୍ୟ୍ୟନ୍ତ ପ୍ରତି ୧ କିଲୋମିଟର ଦୂରତାରେ ସଏଲ୍ ଟେଷ୍ଟିଂ କରାଯିବ । କିଛି ସ୍ଥାନରେ ଭୂମିରୁ ପ୍ରାୟ ୪୦ ଫୁଟ ଗଭୀର ପର୍ୟ୍ୟନ୍ତ ଖୋଳାଯାଉଛି । ଏଥିରେ ପଥର କେଉଁ ସ୍ତରରେ ଅଛି, ତାର ଯାଞ୍ଚ ଚାଲିଛି । ପଥର ସ୍ତର ମିଳିବା ପର୍ୟ୍ୟନ୍ତ ଖୋଳାଯାଉଛି । ମାଟିର ସହନୀୟ କ୍ଷମତା ବା ସଏଲ ବିଅରିଂ କାପାସିଟି କେତେ ଅଛି ତାହା ମାଟି ନମୁନା ପରୀକ୍ଷାରୁ ଜଣାପଡ଼ିବ । ଉଭୟ ଇନ୍ ସିଟୁ ଟେଷ୍ଟ ଓ ଲାବ୍ ଟେଷ୍ଟ ମାଧ୍ୟମରେ ମାଟିର ନମୁନା ପରୀକ୍ଷା ହେବ ବୋଲି ଡିଏମ୍ଆରସିର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ମେଟ୍ରୋ ଟ୍ରଙ୍କ ରୁଟ୍(ମୂଳ ରେଳପଥ)ପାଇଁ ଯେଉଁ ପିଲାର୍ ହେବ ତାର ଫାଉଣ୍ଡେସନ୍ ଡିଜାଇନ୍ କିଭଳି ହେବ, ତାହା ଡିଟେଲ୍ ସଏଲ ଇନଭେଷ୍ଟିଗେସନ୍ରୁ ଜଣାପଡ଼ିବ । ବିଅରିଂ ପ୍ରେସର୍ କେତେ ରହୁଛି ତାହା ମଧ୍ୟ ଜାଣିହେବ ।
ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଅଗଷ୍ଟ ମାସ ସୁଦ୍ଧା ସଏଲ ଟେଷ୍ଟିଂ ଓ ଡିପିଆର ପ୍ରସ୍ତୁତି ଶେଷ କରିବାକୁ ଲକ୍ଷ୍ୟ ରହିଛି । ଏହା ପରେ ଖୁବ୍ଶୀଘ୍ର ଭୁବନେଶ୍ୱର ମେଟ୍ରୋ ରେଲ୍ ପ୍ରୋଜେକ୍ଟ ପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ ଦେବେ ।




user1 