ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ୱାମୀ

ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ୱାମୀ

ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ୱାମୀ
ସୁନ୍ଦରଗଡ଼: ସୁନ୍ଦରଗଡ଼ ସୁବଳୟା ଗାଁରେ ପାରିବାରିକ କଳହରୁ ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଛି । ସୁନ୍ଦରଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସୁବଳୟ ଗାଁରେ ପାରିବାରିକ କଳହରୁ ସର୍ବନାଶ ଘଟିଛି । ଗତକାଲି ବିଳମ୍ପିତ ରାତିରେ କୈାଣସି କାରଣରୁ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କଳହ ଓ ପରେ ବଚସା ହୋଇଥିଲା । ସେହି ବଚସା ସମୟକ୍ରମେ ଉଗ୍ରରୂପ ଧାରଣ କରିଥିଲା । ସ୍ୱାମୀ ଉତକ୍ଷିପ୍ତ ହୋଇ ନିଜ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଥିଲା । ଆଜି ଘଟଣାସ୍ଥଳରେ ପୋଲିସ ପହଂଚି ମହିଳାଙ୍କ ମୃତଦେହ ଉଦ୍ଧାର କରିଛି । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ଓ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।