ମଞ୍ଜୁ ମୋଦି ପାଇବେ ‘କେନ୍ଦ୍ର ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର’
ମଞ୍ଜୁ ମୋଦି ପାଇବେ ‘କେନ୍ଦ୍ର ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର’
ଭୁବନେଶ୍ୱର : ୨୦୨୦ ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର ପାଇବେ ବିଶିଷ୍ଟ ଲେଖିକା ମଞ୍ଜୁ ମୋଦି। ବିଶିଷ୍ଟ ହିନ୍ଦୀ ଲେଖକ ଜୈନେନ୍ଦ୍ର କୁମାରଙ୍କ ଆତ୍ମଜୀବନୀ ‘କଲ୍ୟାଣୀ’ର ଓଡ଼ିଆ ଅନୁବାଦ ପାଇଁ ସେ ଏହି ପୁରସ୍କାର ପାଇବେ ବୋଲି ଘୋଷଣା କରାଯାଇଛି। ଶନିବାର ଦିନ ନୂଆଦିଲ୍ଲୀରେ ଅକାଦେମିର ସଭାପତି ଚନ୍ଦ୍ରଶେଖର କମ୍ବରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ୟ୍ୟକାରୀ କମିଟି ବୈଠକରେ ୨୦୨୦ ପାଇଁ ‘କେନ୍ଦ୍ର ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର’ ଘୋଷଣା କରାଯାଇଛି । ଓଡ଼ିଆ ସମେତ ୨୪ଟି ଭାଷାର ଅନୁବାଦ ସାହିତ୍ୟ ପାଇଁ ପୁରସ୍କାର ଘୋଷଣା ହୋଇଛି । ଚଳିତ ବର୍ଷ ପୁରସ୍କାର ଚୟନ କମିଟିର ବିଚାରକ ଭାବେ ଡ. ଶଙ୍କରଲାଲ ପୁରୋହିତ, ଡ. ଭି.ଏସ ଯୋଗଲେକର ଓ ଡ. ସୂର୍ୟ୍ୟମଣି ଖୁଣ୍ଟିଆ ଥିଲେ । ଅକାଦେମି ପୁରସ୍କାର ନେଇ ଲେଖିକା ମଞ୍ଜୁ ମୋଦି ଖୁସିବ୍ୟକ୍ତ କରିବା ସହ କହିଛନ୍ତି ଯେ ଅନୁବାଦ ସାହିତ୍ୟ ହେଉଛି ଦୁଇଟି ଭାଷା ଭିତରେ ଏକ ସେତୁ ବା ବନ୍ଧନ । ଯିଏ ଦୁଇଟି ଭାଷାରେ ପାରଙ୍ଗମ, ସେ ହିଁ ଏହି ଅନୁବାଦ ପୁସ୍ତକ ରଚନା କରିପାରିବ । ଅନୁବାଦର ଏକ ଭିନ୍ନ ସ୍ୱାଦ ଥାଏ । ଏହାଦ୍ୱାରା ସାହିତ୍ୟ ପରିବ୍ୟାପ୍ତ ହୁଏ ବୋଲି ସେ କହିଛନ୍ତି ।




admin 