ଆଙ୍ଗୁଠି ରେଖା ଦେଖି ଚିହ୍ନନ୍ତୁ ନିଜକୁ

ଆଙ୍ଗୁଠି ରେଖା ଦେଖି ଚିହ୍ନନ୍ତୁ ନିଜକୁ

ଆଙ୍ଗୁଠି ରେଖା ଦେଖି ଚିହ୍ନନ୍ତୁ ନିଜକୁ

ହସ୍ତରେଖାରେ ଆଙ୍ଗୁଠିର ଉଚ୍ଚତା, ଆକାର, ଏହାର ଗଠନ ଖୁବ ମହତ୍ତ୍ୱପୂର୍ଣ୍ଣ ଅଟେ। ଆଙ୍ଗୁଠି ଠାରୁ ବ୍ୟକ୍ତି ବିଷୟରେ ବହୁ କଥା ଜାଣି ହୁଏ। ଜ୍ୟୋର୍ତିବିଦଙ୍କ ମତରେ ଆଙ୍ଗୁଠିଠାରୁ ବ୍ୟକ୍ତିର ଭବିଷ୍ୟ ବିଷୟରେ କଥା ଜଣାପଡ଼େ।

ଯେଉଁମାନଙ୍କ ଆଙ୍ଗୁଠିର ପ୍ରଥମ ରେଖାଭାଗ ଛୋଟ ହୋଇଥାଏ, ସେମାନେ ସର୍ବଦା ଅନ୍ୟ ଉପରେ ଅଧିକ ନିର୍ଭର ହୋଇଥାଆନ୍ତି।

ଯେଉଁମାନଙ୍କର ଆଙ୍ଗୁଠିର ପ୍ରଥମ ରେଖାଭାଗ ଚଉଡ଼ା ଥାଏ, ସେମାନେ ବହୁ ଜିଦିଆ ଅଟନ୍ତି।

ଯେଉଁମାନଙ୍କର ଆଙ୍ଗୁଠିର ପ୍ରଥମ ରେଖାଭାଗ ସମକୋଣ ଆକାରର ହୋଇଥାଏ, ସେମାନେ ଖୁବ ଚତୁର ଓ ବୁଦ୍ଧିମାନ ପ୍ରକୃତିର ଅଟନ୍ତି।

ଯେଉଁମାନଙ୍କର ଆଙ୍ଗୁଠିର ପ୍ରଥମ ରେଖାଭାଗ ଲମ୍ବା ହୋଇଥାଏ, ସେମାନେ ବହୁତ ଆତ୍ମବିଶ୍ୱାସୀ ଓ ପରିଶ୍ରମୀ ଅଟନ୍ତି।

ଯେଉଁମାନଙ୍କର ଆଙ୍ଗୁଠିର ଦ୍ୱିତୀୟ ରେଖାଭାଗ ଲମ୍ବା ହୋଇଥାଏ , ସେମାନେ ଖୁବ ଚତୁର ପ୍ରକୃତିର ଅଟନ୍ତି । ସ।ମାଜିକ କାର୍ୟ୍ୟରେ ମଧ୍ୟ ମନୋନିବେଶ କରିଥାଆନ୍ତି।

ଯେଉଁମାନଙ୍କର ଆଙ୍ଗୁଠିର ତୃତୀୟ ରେଖାଭାଗ ଅଧିକ ଲମ୍ବା ଅଥବା ସାନ ହୋଇନଥାଏ , ସେମାନେ ଖୁବ ସ୍ନେହୀ ଅଟନ୍ତି। ଜୀବନରେ ଯେତେ ସମସ୍ୟା ଆସିଲେ ମଧ୍ୟ ତାହାର ସହଜରେ ସମାଧାନ ହୋଇଯାଏ ।