ଭୋଟ ଦେଉଛି ଧାମ ନଗର

ଭୋଟ ଦେଉଛି ଧାମ ନଗର

ଭୋଟ ଦେଉଛି ଧାମ ନଗର

ଭୁବନେଶ୍ୱର: ଆଜି ଧାମନଗର ଉପନିର୍ବାଚନ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି ।ଏହା ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଚାଲିବ।। ନିଜ ବିଧାୟକ ବାଛୁଛନ୍ତି ଧାମନଗର ବାସୀ।

ଧାମନଗର ଉପନିର୍ବାଚନ ପାଇଁ ୨୫୨ ବୁଥ୍‌ରେ ୧୦୦୮ ପୋଲିଂ ପାର୍ଟି ନିୟୋଜିତ ହୋଇଛନ୍ତି । ପ୍ରତି ବୁଥ୍‌ରେ ୪ ଜଣ ନିୟୋଜିତ ହୋଇଥିବା ବେଳେ ଶହେ ଜଣ ପୋଲିଂ ଅଫିସରଙ୍କୁ ଯେ କୌଣସି ପରିସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତ କରି ରଖାଯାଇଛି । ବୁଥ୍‌ର ଶହେ ମିଟର ମଧ୍ୟରେ କେହି ବି କଥାବାର୍ତ୍ତା ହୋଇ ପାରିବେ ନାହିଁ । କୌଣସି ବ୍ୟାନର୍‌ କିମ୍ବା ପୋଷ୍ଟର୍‌ ଲଗାଇ ପାରିବେ ନାହିଁ । ନିୟମ ଭଙ୍ଗ କଲେ ଗିରଫ କରାଯିବ ।
ଭୋଟର ପରିଚୟ ପତ୍ର, ଡ୍ରାଇଭିଂ ଲାଇସେନ୍ସ୍‌, ପାନ୍‌ କାର୍ଡ଼, ଆଧାର କାର୍ଡ଼ ସମେତ ୧୨ଟି ଅନ୍ୟ ପ୍ରମାଣପତ୍ର ଦେଖାଇ ଭୋଟ ଦେଇପାରିବେ । ୨୫୨ ବୁଥ୍‌ ମଧ୍ୟରୁ ୧୧୦ ସମ୍ୱେଦନଶୀଳ ବୁଥ ରହିଛି । ସେଥିରୁ ୧୨୬ଟିରେ ୱେବକାଷ୍ଟିଂ ହେବ । ୧୫ଟି ମଡେଲ ବୁଥ ଓ ସହରାଞ୍ଚଳରେ ୫ଟି ପିଙ୍କ୍‌ ବୁଥ କରାଯାଇଛି । ଯାହା କେବଳ ମହିଳା ଅଧିକାରୀଙ୍କ ଦ୍ୱାରା ପରିଚାଳନା କରାଯାଉଛି ।
ଏହି ନିର୍ବାଚନରେ ବିଜେଡିରୁ ଅବନ୍ତୀ ଦାସ, ବିଜେପିରୁ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁତ୍ର ସୂର୍ୟ୍ୟବଂଶୀ ସୂରଜ, କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀ ଓ ବିଜେଡି ଟିକେଟ୍‌ ନପାଇ ସ୍ୱାଧୀନ ଭାବେ ରାଜେନ୍ଦ୍ର ଦାସ ପ୍ରାର୍ଥୀ ହୋଇଛନ୍ତି । ଏହି ୪ ଜଣଙ୍କ ବ୍ୟତୀତ ଅନ୍ୟ ଜଣେ ପ୍ରାର୍ଥୀ ସ୍ୱାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ୨୫୨ଟି ବୁଥ୍‌ରେ ମୋଟ ୨ ଲକ୍ଷ ୩୮ହଜାର ୪୧୭ ମତଦାତା ସେମାନଙ୍କ ମତ ସାବ୍ୟସ୍ତ କରିବେ । ଏମାନଙ୍କ ମଧ୍ୟରେ ୧ ଲକ୍ଷ ୨୩ ହଜାର ୩୮ ପୁରୁଷ, ୧ ଲକ୍ଷ ୧୫ ହଜାର ୩୪୬ ମହିଳା ଓ ୩୩ ଜଣ ଟ୍ରାନ୍ସଜେଣ୍ଡର ରହିଛନ୍ତି ।