ଭୁଶୁଡିଲା ପାଚେରୀ , ସଫେଇ କର୍ମଚାରୀ ମୃତ

ଭୁଶୁଡିଲା ପାଚେରୀ , ସଫେଇ କର୍ମଚାରୀ ମୃତ

ଭୁଶୁଡିଲା ପାଚେରୀ , ସଫେଇ କର୍ମଚାରୀ ମୃତ

କଟକ: ପାଚେରୀ ଭୁଶୁଡି ସଫେଇ କର୍ମଚାରୀଙ୍କ ମୃତ୍ୟୁ । କଟକ ଜିଲ୍ଲା ଦେଉଳ ସାହି ରେଭେନ୍ୟୁ କଲୋନୀରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସଫେଇ କାର୍ୟ୍ୟ କରିବା ସମୟରେ ପାଚେରୀଟି ଭୁଶୁଡି ପଡିବାରୁ ତାଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଏସସିବି ମେଡ଼ିକାଲକୁ ପଠାଇଛି ।

ମୃତ ବ୍ୟକ୍ତି ଜଣକ ମହାନଗର ନିଗମର ସଫେଇ କର୍ମଚାରୀ ଗୁରୁମୂର୍ତ୍ତି ହୋଇଥିବା ଜଣାପଡ଼ିଛି । ଦୀର୍ଘ ଦିନ ଧରି ପାଚେରୀଟି ଅସୁରକ୍ଷିତ ଅବସ୍ଥାରେ ରହିଥିଲା । ପୂର୍ବରୁ ମଧ୍ୟ ଏଭଳି ଏକ ଘଟଣା ଘଟିଥିବାବେଳେ ପାଚେରୀର ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସତ୍ତ୍ବେ କାର୍ୟ୍ୟକାରୀ ହୋଇନଥିଲା। ତେବେ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ହୀନତା ପାଇଁ ସଫେଇ କର୍ମଚାରୀଙ୍କ ଜୀବନ ଯାଇଥିବା ସାଧାରଣରେ କୁହାଯାଇଛି ।