ଭୁବନେଶ୍ୱର ୟୁନିଟ-୧ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ସିଲ୍ କଲା ବିଏମସି

ଭୁବନେଶ୍ୱର ୟୁନିଟ-୧ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ସିଲ୍ କଲା ବିଏମସି

ଭୁବନେଶ୍ୱର ୟୁନିଟ-୧ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ସିଲ୍ କଲା ବିଏମସି
ଭୁବନେଶ୍ୱର: ଦେଶରେ ଚାଲିଛି କରୋନାର ସଂକ୍ରମଣର ଦ୍ୱିତୀୟ ଢେଉ । ଏହି ଦିନ ଢେଉ ବେଶି ଜୋରେ ମାଡି ଚାଲିଛି । କରୋନାର ପ୍ରଥମ ଲହର ଠାରୁ କରୋନା ଦ୍ୱିତୀୟ ଲହର କ୍ଷିପ୍ର ଗତିରେ ମାଡି ମାଡି ଲାଗିଛି । ଆଜି ଦେଶରୁ ୧ ଲକ୍ଷ ୨୬ ହଜାର ୭୮୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଓଡିଶା ରାଜ୍ୟରେ ମଧ୍ୟ ୮୭୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ କରୋନା ସଂକ୍ରମଣ ବଢିଚାଲିଛି । ତେବେ ଏହା ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଭୁବନେଶ୍ୱର ୟୁନିଟ-୧ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ)କୁ ପୁଣି ସିଲ କରାଯାଇଛି । ଦିନେ କି ଦୁଇ ଦିନ ପାଇଁ ନୁହେଁ ଏକାବେଳେ ୪ ଦିନ ପାଇଁ ସିଲ କରାଯାଇଛି । ଅଧିକ ସଂକ୍ରମିତ ଚିହ୍ନଟ ହେବାରୁ ବ୍ୟାଙ୍କକୁ ଆଉ ୪ଦିନ ପାଇଁ ସିଲ କରାଯାଇଛି । ଆସନ୍ତାକାଲି ଅର୍ଥାତ ୮ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ମୋଟ ୯୬ ଘଣ୍ଟା ପାଇଁ ବିଏମସି ପକ୍ଷରୁ ଉକ୍ତ ବ୍ୟାଙ୍କକୁ ସିଲ କରାଯାଇଛି । ପୂର୍ବରୁ ବ୍ୟାଙ୍କରୁ ଏକାଧିକ ପଜିଟିଭ ଚିହ୍ନଟ ହେବା ପରେ ୨ ଦିନ ପାଇଁ ସିଲ କରାଯାଇଥିଲା ।