ଭିଜିଲାନ୍ସ ଜାଲରେ ପୁଲିସ ବାବୁ
ଭିଜିଲାନ୍ସ ଜାଲରେ ପୁଲିସ ବାବୁ
ଭୁବନେଶ୍ୱର: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ପୁଲିସ୍ ବାବୁ। ଲାଞ୍ଚ ନେଉ ନେଉ ଧରା ପଡ଼ିଗଲେ କମିଶନରେଟ୍ ପୁଲିସ୍ ଏଏସ୍ଆଇ। ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଏସଏସଆଇ ରବି ସାହୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ ଟିମ୍।
ସୂଚନା ଅନୁଯାୟୀ, ଜଣେ ଖାଦ୍ୟ ବ୍ୟବସାୟୀଙ୍କୁ ମିଛ କେଶରେ ଫସାଇବାର ଧମକ ଦେଇ ସେ ୫ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ। ଏନେଇ ତାଙ୍କ ନାଁରେ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା । ଏହାପରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ଉପରେ ନଜର ରଖାଯାଇଥିଲା।
ଏହାପରେ ଭିଜିଲାନ୍ସ ଟିମ୍ ତାଙ୍କୁ ଗତକାଲି ର଼େଡ୍ ହ୍ୟାଣ୍ଡ ଧରିବା ସହ ୫ ହଜାର ଟଙ୍କା ଜବତ କରିଥିଲା । ଅଭିଯୁକ୍ତ ରବି ସାହୁଙ୍କ ନାଁରେ ଏକ କେସ୍ ରୁଜୁ ହେବା ସହ ମାମଲା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି ।




admin 