ଭାରତୀୟ ଦଳକୁ ଲାଗିଲା ଆଉ ଏକ ବଡ ଝଟକା : ତିନୋଟି ମ୍ୟାଚ ଖେଳିବେନି ଭୁବନେଶ୍ୱର କୁମାର

ଭାରତୀୟ ଦଳକୁ ଲାଗିଲା ଆଉ ଏକ ବଡ ଝଟକା : ତିନୋଟି ମ୍ୟାଚ ଖେଳିବେନି ଭୁବନେଶ୍ୱର କୁମାର

ଭାରତୀୟ ଦଳକୁ ଲାଗିଲା ଆଉ ଏକ ବଡ ଝଟକା : ତିନୋଟି ମ୍ୟାଚ ଖେଳିବେନି ଭୁବନେଶ୍ୱର କୁମାର
ନୂଆଦିଲ୍ଲୀ: ବିଶ୍ୱକପରେ ପାକିସ୍ତାନ ବିରୋଧରେ ଗତକାଲି ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଭାରତୀୟ ଦଳର ଦ୍ରୁତ ବୋଲର ଭୁବନେଶ୍ୱର କୁମାର ମାଂସପେଶୀରେ ଆଘାତ କାରଣରୁ ବୋଲିଂ କରିପାରି ନଥିଲେ । ଏହାସହ ମ୍ୟାଚରୁ ମଧ୍ୟ ବାହାର ହୋଇଯାଇଥିଲେ । ମ୍ୟାଚ ଶେଷ ହେବା ପରେ ଭୁବନେଶ୍ୱର ଆଗାମୀ ୨ରୁ ତିନୋଟି ମ୍ୟାଚ ଖେଳି ପାରିବେ ନାହିଁ ବୋଲି ବିରାଟ କୋହଲି କହିଛନ୍ତି । ତାଙ୍କ ସ୍ଥାନରେ ମହମ୍ମଦ ସାମୀଙ୍କୁ ଦଳରେ ସାମିଲ କରାଯିବ । ଭୁବନେଶ୍ୱରଙ୍କୁ ଅଧିକ ଆଘାତ ଲାଗିଛି । ସେ ଏତେ ମାତ୍ରାରେ କଷ୍ଟ ଅନୁଭବ କରିଥିଲେ ଯେ ମ୍ୟାଚର ତୃତୀୟ ଓଭର ପରେ ବୋଲିଂ କରିପାରିନଥିଲେ । ଏହି ଓଭରରେ ସେ ମାତ୍ର ଦୁଇଟି ବଲ ବୋଲିଂ କରିଥିଲେ । ପରେ ସେ ଆଉ ବୋଲିଂ କରିବେ ନାହିଁ ବୋଲି ଖବର ଆସିଥିଲା । ଦଳ ପାଇଁ ଭୁବନେଶ୍ୱର କୁମାର ବାହାର ହେବ ଏକ ବଡ ଝଟକା । ଏହା ପୂର୍ବରୁ ଅଷ୍ଟ୍ରେଲିଆ ବିରୋଧରେ ଖେଳାଯାଇଥିବା ମ୍ୟାଚରେ ଶିଖର ଧାବନ ଆହତ ହୋଇ ଦଳ ବାହାରେ ରହିଛନ୍ତି । ତେବେ ଭୁବନେଶ୍ୱରଙ୍କ ଭଳି ଅନୁଭବୀ ବୋଲର ବାହାରେ ରହିବା ଭାରତ ପାଇଁ ଚିନ୍ତାଜନକ ଅଟେ ।