ଜାତୀୟ ଚୟନକର୍ତ୍ତା ପାଇଁ ବିସିସିଆଇର ବିଜ୍ଞାପନ
ଜାତୀୟ ଚୟନକର୍ତ୍ତା ପାଇଁ ବିସିସିଆଇର ବିଜ୍ଞାପନ
admin
Jan 19, 2020 - 05:22
Updated: Jan 19, 2020 - 05:22
ମୁମ୍ବାଇ - ବିଭିନ୍ନ ବୟସ ବର୍ଗର ଜାତୀୟ ଚୟନକର୍ତ୍ତା ପଦ ଲାଗି ବିସିସିଆଇ ଶନିବାର ବିଜ୍ଞାପନ ପ୍ରକାଶ କରିଛି । ପୁରୁଷ କି୍ରକେଟ ବରିଷ୍ଠ ଚୟନ ସମିତି ଓ କନିଷ୍ଠ ଚୟନ ସମିତିର ଦୁଇଟି ଲେଖାଏଁ ପଦବି ଏବଂ ବରିଷ୍ଠ ମହିଳା ସମିତିର ସମସ୍ତ ପାଞ୍ଚଟି ଯାକ ସ୍ଥାନ ପାଇଁ ଏଥିରେ ଦରଖାସ୍ତ ଆହ୍ୱାନ କରାଯାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ଚଳିତ ମାସ ୨୪ ତାରିଖ ସୁଦ୍ଧା nationalsrseletors@bcci.tv, nationaljrselectors@bcci.tv ଏବଂ nationawomenselectors@bcci.tvରେ ଆବେଦନ କରିବାକୁ ଅନୁରୋଧ କରାଯାଇଛି । ତିନିଟି ଯାକ ସମିତିର ଚୟନକର୍ତ୍ତା ଲାଗି ତିନି ପ୍ରକାର ଯୋଗ୍ୟତା ତାଲିକା ଦିଆଯାଇଛି । ଅନୁ୍ୟନ ୭ ଟେଷ୍ଟ କିମ୍ବା ୩୦ ପ୍ରଥମ ଶ୍ରେଣୀ ମ୍ୟାଚ୍ କିମ୍ବା ୧୦ ଦିନିକିଆ ଏବଂ ୨୦ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିବା ପୂର୍ବତନ କି୍ରକେଟରମାନେ ବରିଷ୍ଠ ପୁରୁଷ ଚୟନକର୍ତ୍ତା ପାଇଁ ଆବେଦନ କରିପାରିବେ । ଆବେଦନକାରୀ ୫ ବର୍ଷ ପୂର୍ବରୁ ଅବସର ଘୋଷଣା କରିଥିବା ମଧ୍ୟ ବାଧ୍ୟତା ମୂଳକକରାଯାଇଛି । ସେହିଭଳି ବରିଷ୍ଠ ମହିଳା ଚୟନ ସମିତି ଲାଗି ଭାରତୀୟ ଦଳର ପ୍ରତିନିଧିତ୍ୱ କରିବା ସହ ଅନୁ୍ୟନ ପାଞ୍ଚ ବର୍ଷ ପୂର୍ବରୁ ଅବସର ଘୋଷଣା କରିଥିବାକୁ ନୁ୍ୟନତମ ଯୋଗ୍ୟତା ରଖାଯାଇଛି । କନିଷ୍ଠ ଚୟନକର୍ତ୍ତା ଲାଗି ଆବେଦନ କରିବାକୁ ହେଲେ ଇଚ୍ଛୁକ ପ୍ରାର୍ଥୀ ଅନୁ୍ୟନ ୨୫ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିବେ ଏବଂ ୫ ବର୍ଷ ପୂର୍ବେ ଅବସର ଘୋଷଣା କରି ସାରିଥିବା ଦରକାର ।