ଭାରତ ରତ୍ନ ଲତା ମଙ୍ଗେସ୍କର ଆଉ ନାହାନ୍ତି
ଭାରତ ରତ୍ନ ଲତା ମଙ୍ଗେସ୍କର ଆଉ ନାହାନ୍ତି
ମୁମ୍ବାଇ: ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ରବିବାର ସକାଳେ ପରଲୋକ ହୋଇଯାଇଛି। ସେ କିଛିଦିନ ହେଲା ମେଡିକାଲ୍ରେ ଭର୍ତ୍ତି ହୋଇଥିଲେ। ଆଇସିୟୁରେ ରଖାଯାଇ ଭେଣ୍ଟିଲେଟରରେ ଚିକିତ୍ସା ଚାଲିଥିଲା। ୯୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି। ଡାକ୍ତରୀ ଟିମ୍ ୨୪ ଘଣ୍ଟା ତାଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିଥିଲେ। ଏହି ଖବର ବ୍ୟାପିବା ପରେ କୋଟି କୋଟି ଭାରତୀୟ ହୃଦୟରେ ଦୁଃଖର ଲହର ଖେଳିଯାଇଛି। ସୂଚନାଯୋଗ୍ୟ, କରୋନା ସଂକ୍ରମଣ ହେବା ଯୋଗୁ ଗତ ଜାନୁଆରୀ ୮ ତାରିଖରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଭେଣ୍ଟିଲେଟରେ ଥିଲେ, ହେଲେ କିଛିଦିନ ଚିକିତ୍ସା ପରେ ସେ ସୁସ୍ଥ ହେବାରୁ ତାଙ୍କୁ ଭେଣ୍ଟିଲେଟରରୁ ବାହାରକୁ ଅଣା ଯାଇଥିଲା । ହେଲେ ଆଜି ସେ ପୁଣି ଗୁରୁତର ହୋଇପଡିଛନ୍ତି । କେନ୍ଦ୍ରମନ୍ତ୍ରୀ ଟ୍କଟ୍ କରି ତାଙ୍କ ପରଲୋକ ଖବରକୁ ସ୍ପଷ୍ଟ କରିଛନ୍ତି।




admin 