ଭାରତ ନିର୍ମାଣ କଲା ବିଶ୍ୱର ଉଚ୍ଚତମ ରେଳପୋଲ

ଭାରତ ନିର୍ମାଣ କଲା ବିଶ୍ୱର ଉଚ୍ଚତମ ରେଳପୋଲ

ଭାରତ ନିର୍ମାଣ କଲା ବିଶ୍ୱର ଉଚ୍ଚତମ ରେଳପୋଲ
ଶ୍ରୀନଗର: ଭାରତୀୟ ରେଳବାଇ ସୋମବାର ଏକ ବିରଳ କାରିଗରୀ କୌଶଳ ପାଇଁ ଅପୂର୍ବ ଗୌରବ ହାସଲ କରିଛି । ଜାମ୍ମୁ କାଶ୍ମୀରର ରିଆସି ଜିଲ୍ଲାରେ ଚେନାବ ନଦୀ ଉପରେ ନିର୍ମାଣାଧୀନ ବିଶ୍ୱର ଉଚ୍ଚତମ ରେଳପୋଲ ପାଇଁ ଉଦ୍ଧିଷ୍ଟ ବୃତ୍ତଖଣ୍ଡୀୟ (ଆର୍କ) ଲୌହସ୍ଥାପନା ୫.୬ ମିଟର ଲମ୍ବର ଶେଷ ଖଣ୍ଡକୁ ସର୍ବୋଚ୍ଚ ସ୍ଥାନରେ ଖଞ୍ଜାଯାଇଛି । ସୂଚନା ଥାଉ କି, ଫ୍ରାନ୍ସ ରାଜଧାନୀ ପ୍ୟାରିସ ସ୍ଥିତି ବିଶ୍ୱର ଅନ୍ୟତମ ସପ୍ତାଶ୍ଚର୍ଯ୍ୟ ଏଇଫେଲ ଟାୱାରଠାରୁ ଅଧିକ ୩୫ ମିଟର ଉଚ୍ଚର ଏହି ପୋଲ ନିର୍ମାଣ କାର୍ଯ୍ୟ ଆଗାମୀ ବର୍ଷକ ଭିତରେ ସରିବ ବୋଲି ଉତ୍ତର ରେଳବାଇର ମହାପ୍ରବନ୍ଧକ ଆଶୁତୋଷ ଗଙ୍ଗାଲ କହିଛନ୍ତି । ଚେନାବ ନଦୀ ଉପରେ ନିର୍ମାଣାଧୀନ ଏହି ୧୩୧୫ ମିଟର ଦୀର୍ଘ ରେଳପୋଲ ପାଇଁ ଆର୍କ ନିର୍ମାଣ ଶେଷ ହୋଇଛି । ଏଥିରେ ପ୍ରାୟ ୨୮,୬୬୦ ମେଟି୍ରକ ଟନ ଇସ୍ପାତ ବ୍ୟବହାର ହୋଇଥିବା ଜଣାପଡ଼ିଛି । ପ୍ରାୟ ୧.୪୮୬ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଉଦ୍ଧାମପୁର-ଶ୍ରୀନଗର ବାରମୂଳା ରେଳପଥ ସଂଯୋଗର ଅଂଶ ବିଶେଷ ଏହି ପ୍ରକଳ୍ପ କାଶ୍ମର ଉପତ୍ୟକା ସହ ଦେଶର ଅନ୍ୟାନ୍ୟ ଅଞ୍ଚଳକୁ ସଂଯୋଗ କରିବ ବୋଲି ଜଣାଯାଇଛି ।