ବୋଲ ମାନୁଛି ମଟର ସାଇକେଲ

ବୋଲ ମାନୁଛି ମଟର ସାଇକେଲ

ବୋଲ ମାନୁଛି ମଟର ସାଇକେଲ

ବରେଲୀରେ ତାର୍ଜନ ଚାଚାଙ୍କୁ କିଏ ବା ନଜାଣେ । ୮୫ ବର୍ଷୀୟ ଚାଚାଙ୍କ ପ୍ରକୃତ ନାମ ହେଉଛି ମହମ୍ମଦ ସଇଦ୍ । ଯୁବକ ଥିବାବେଳେ ସେ ଗୋଟିଏ ମୋଟରସାଇକଲ କିଣିଥିଲେ । ପ୍ରତିଦିନ ସେ କଜ୍ଜଳ ବ୍ୟବସାୟ କରିବାକୁ ମୋଟରସାଇକେଲ ଚଢ଼ି ଗନ୍ତବ୍ୟ ସ୍ଥଳକୁ ଯାଉଥିଲେ । ସମୟକ୍ରମେ ଚାଚା ତାଙ୍କ ପ୍ରିୟ ମୋଟରସାଇକେଲ ନିଜ ସୁବିଧା ଅନୁସାରେ କେତୋଟି ପରିବର୍ତ୍ତନ କଲେ ।

ମୋଟରସାଇକେଲକୁ ଚାଚା କହିଲେ ତାହା ଚାଲହୁଏ । ଗୀତ ବଜାଇବାକୁ ନିଦେ୍ର୍ଧଶ ଦେଲେ ତାହା ପୁରୁଣା ଗୀତ ବଜାଇଥାଏ । ମୋଟରସାଇକେଲରେ ଦୁଇଟି ବଡ଼ବଡ଼ ସ୍ପିକର ମଧ୍ୟ ଲାଗିଛି । ଗାଡ଼ିରେ ଛୋଟ ଏଟିଏମ ବାକ୍ସଟେ ଖଞ୍ଜା ହୋଇଛି । ଚାଚା ନିର୍ଦେଶ ଦେଲେ ସେହି ଏଟିଏମରୁ ୧୦ ଟଙ୍କିଆ ମୁଦ୍ରା ବାହାରେ । ଚାଚା ରାସ୍ତାକୁ ଗାଡ଼ି ଧରି ବାହାରି ଗଲେ, ଦେଖଣାହାରୀଙ୍କ ଭିଡ଼ ଜମିଯାଏ । ସମସ୍ତେ ସେଲଫି ଉଠାଇ ସାମାଜିକ ଗଣମାଧ୍ୟମରେ ଏହି ମୋଟରସାଇକେଲ ଫଟୋ ଅପଲୋଡ଼ କରୁଛନ୍ତି ।