ଧର୍ମେନ୍ଦ୍ରଙ୍କୁ ବି ଗିରଫ କର: ବିଜେଡି

ଧର୍ମେନ୍ଦ୍ରଙ୍କୁ ବି ଗିରଫ କର: ବିଜେଡି

ଧର୍ମେନ୍ଦ୍ରଙ୍କୁ ବି ଗିରଫ କର: ବିଜେଡି
ଭୁବନେଶ୍ୱର: ଗତକାଲି ଫ୍ଲାଇଂସ୍କ୍ୱାଡ ମାଜିଷ୍ଟ୍ରେଟ ଓ କର୍ମଚାରୀଙ୍କୁ ମାଡ ମାରିଥିବା ଅଭିଯୋଗରେ ବିଜେଡିର ପିପିଲି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ ଗିରଫ ହେବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଗିରଫ କରିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛି ବିଜେଡି । ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କରିଥିବା ଅଭିଯୋଗରେ ଦଳ ଦର୍ଶାଇଛି । ଫ୍ଲାଇଂ ସ୍କ୍ୱାଡ କର୍ମଚାରୀଙ୍କୁ ମାଡ ମାରିବା ଘଟଣାରେ ୨୪ ଘଂଟା ନପୂରୁଣୁ ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ଶ୍ରୀ ମହାରଥୀ ଆଇନ ବଳରେ ଗିରଫ ହେଲେ । ଅଥଚ ଗତ ୧୨ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁର୍ଲା ବିମାନବନ୍ଦରରେ କର୍ତବ୍ୟରତ ଫ୍ଲାଇଂ ସ୍କ୍ୱାଡଙ୍କୁ ଭୟଭୀତ କରାଇ ତାଙ୍କ ସୁଟକେସ ଚେକିଂ କରିବାକୁ ନଦେଇ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିଲେ । ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ କର୍ତବ୍ୟରତ ଅଧିକାରୀଙ୍କୁ ଭୟଭୀତ କରି ଖସିବାରେ ଶ୍ରୀ ପ୍ରଧାନ ସମର୍ଥ ହୋଇଥିଲେ । ଏହିସବୁ ଘଟଣା ବିରୋଧରେ ଦଳ ପକ୍ଷରୁ ପ୍ରମାଣ ସହ ଅଭିଯୋଗ ହୋଇଛି । ଏବେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଅଧିକାରୀଙ୍କୁ କର୍ତବ୍ୟରେ ବାଧା ଦେବା ଅଭିଯୋଗରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ତୁରନ୍ତ ଗିରଫ କରାଯିବା ସହ ରାଜ୍ୟବାସୀଙ୍କୁ ନ୍ୟାୟ ଦେବାକୁ ବିଜେଡି ଦାବି କରିଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିବାକୁ ଯାଇଥିବା ପ୍ରତିନିଧି ଦଳରେ ମୁଖ୍ୟପତ୍ର ସସ୍ମିତ ପାତ୍ର, ଲେନିନ ମହାନ୍ତି ଓ ସୁଲତା ଦେଓ ସାମିଲ ଥିଲେ ।