ବିସ୍ଫୋରଣରେ ବଳଙ୍ଗା ଥାନା ଛାତ ଉଡ଼ିଗଲା

ବିସ୍ଫୋରଣରେ ବଳଙ୍ଗା ଥାନା ଛାତ ଉଡ଼ିଗଲା

ବିସ୍ଫୋରଣରେ ବଳଙ୍ଗା ଥାନା ଛାତ ଉଡ଼ିଗଲା

ପୁରୀ: ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ସୋମବାର ମଧ୍ୟରାତ୍ରିରେ ଘଟିଛି ବଡ ଧରଣର ବିସ୍ଫୋରଣ। ଏଥିରେ ଥାନାରେ ଥିବା ମାଲଖାନାର ଛାତ ଉଡ଼ିଯାଇଛି। ବିସ୍ଫୋରଣ ଏତେ ଜୋର ହୋଇଥିଲା ଯେ ଆଖପାଖ ଅଞ୍ଚଳ ଥରି ଉଠିଥିଲା। ଥାନାର ଆସବାବପତ୍ର ନଷ୍ଟ ହୋଇଯାଇଛି। ଏଠାରେ ପୁଲିସ ଜବତ କରିଥିବା କିଛି ବିସ୍ଫାରକ ସାମଗ୍ରୀ ରଖାଯାଇଥିଲା। ତେବେ ଏହି ବିସ୍ଫୋରଣରେ ସୌଭାଗ୍ୟବଶତଃ ଥାନାରେ କେହି ମୃତାହତ ଆହତ ହୋଇ ନଥିବା ସୂଚନା ମିଳିଛି। ଏଭଳି ବଡ଼ ଧରଣର ଶବ୍ଦ ଶୁଣବା ପରେ ପାଖରେ ଥିବା ଲୋକେ ଖୁବ ଭୟଭୀତ ହୋଇଯାଇଥିଲେ। ଏହାପରେ ଥାନାରେ ଏଭଳି ଘଟଣା ଘଟିଛି ବୋଲି ଜଣା ପଡିଥିଲା । ଏଥିରେ ଥାନାର ବ୍ୟାପକ କ୍ଷୟକ୍ଷତି ହୋଇଛି । ଥାନାର କାନ ଭୁଶୁଡିବା ସହିତ ଛାତ ମଧ୍ୟ ଭାଙ୍ଗି ପଡିଛି । ଅଫିସ ଗୃହ ସମ୍ପୂର୍ଣ୍ଣ ନଷ୍ଟ ହେବା ସହ ଆସବାବପତ୍ର ଓ ଇଲେକ୍ଟ୍ରୋନିକ୍ସ୍ ଜିନିଷ ନଷ୍ଟ ହୋଇଯାଇଛି । ମାଲଖାନାରେ ଥିବା ସେଣ୍ଟ୍ରି ଓ କର୍ମଚାରୀ ଅଳ୍ପକେ ବତର୍ତ୍ତି ଯାଇଛନ୍ତି । ଏହାପରେ ପୁରୀ ଜିଲ୍ଲା ଏସ୍ପି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ଓ ଆଜି ସାଇଣ୍ଟିଫିକ୍ ଟିମ୍ ଆସି ବିସ୍ଫୋରକ ସାମଗ୍ରୀର ପରୀକ୍ଷା କଲାପରେ ଘଟଣାର ପ୍ରକୃତ ସତ୍ୟତା ଜଣାପଡିବ ବୋଲି କୁହାଯାଇଛି ।